ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲରଗଣ…

ହିଞ୍ଜିଳିକାଟୁ ୪।୩ : ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୪ ଜଣ ଵିଜେଡି କାଉନସିଲର ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି।ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାଚନ ପରେ ପ୍ରଥମ ଥର ଯାଇ ରାଜ୍ଯ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ହିଞ୍ଜିଳିକାଟୁ ପୌରପରିଷଦର ଵିଭିନ୍ନ ଉନ୍ନତି ଓ ଅଞ୍ଚଳ ବାସୀ ଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରତିନିଧି ଓ କର୍ମୀ ଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଭେଟି ଆଲୋଚନା କରିବା ପାଇଁ ଗୁରୁମନ୍ତ୍ର ଦେଲେ। ଗୁରୁମନ୍ତ୍ର ପାଇ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାଉନସିଲର ଶ୍ୟାମଘନ ବେହେରା କାଉନସିଲର ବିଭୁ ପ୍ରସାଦ ପଣ୍ଡା, କାଉନସିଲର ବସନ୍ତ ଵେହେରା, କାଉନସିଲର ସୁପ୍ରଭା ମହାରଣା, କାଉନସିଲର ମଧୁସ୍ମିତା ବେହେରା, କାଉନସୀଲର ବବିତା ନାହାକ ,ହିଞ୍ଜିଳିକାଟୁ ନଗର ଵିଜେଡି ସଭାପତି ଭୀମସେନ ଵେହେରା ନେତା ,ସମସ୍ତ ବିଜେଡି କାଉନସିଲରଙ୍କ ସହ ହିଞ୍ଜିଳିକାଟୁ ପୌରପରିଷଦର ଅନ୍ୟ ଵିଜେଡି ନେତା ମାନେ ଅଞ୍ଚଳର ବିକାଶ ଦିଗରେ ଆଲୋଚନା କରିଥିଲେ।

nis-ad
Leave A Reply

Your email address will not be published.