ପୁଣି ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ

ଲଷ୍ମୀପୁର : ବିଡିଓ ହେବ ତ ଏମିତି | ଲୋକଙ୍କ ମୌଳିକ ସୁଭିଧା ବୁଝିବା ପାଇଁ ବ୍ଲକ ପ୍ରଶାସନ ସହ ସାତ କିଲୋମିଟର ଦୁର୍ଗମ ଅଂଚଳ ଚାଲି ଚାଲି ଲୋକଙ୍କ ପାଖରେ ପହଂଚି ସମସ୍ୟା ବୁଝିଲେ | ଏବେ ଚୋର୍ଚ୍ଚା ରେ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକର ଯୁବ ବିଡିଓ ପ୍ରୀତି ରଞ୍ଜନ ରଥ |
ସ୍ୱାଧୀନତା ର 75 ବର୍ଷ ପରେ ମଧ୍ୟ କୌଣସି ନେତା କିମ୍ବା ପ୍ରଶାସନ ପାଦ ପଡିନଥିଲା ଏହି ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ରୁମ୍ବେଲ ଗ୍ରାମ ରେ ଏଇଠି ନା ଅଛି ରାସ୍ତା ନା ବିଜୁଳି ବତୀ. ସରକାରୀ ଯୋଜନା ତ ଯେମିତି ସାତ ସପନ | ଗୁରୁତର ରୋଗୀ ହେଉ କିମ୍ବା ବାର୍ଦ୍ଧକ୍ୟ ଭତା ବା ଚଳିବା ପାଇଁ ରାସନ ସାମଗ୍ରୀ ପାଇଁ ଦୀର୍ଘ 15 କିଲୋମିଟର କୋଠିନ ଯାତ୍ରା କରି ଚଳିବା ପାଇଁ ପଡିଥାଏ ଏହି ଗାଁ ଲୋକଙ୍କୁ | ଦୁର୍ଭାଗ୍ୟ ର କଥା ଏହି ସମସ୍ୟା ନେଇ ନିର୍ବାଚନ ପ୍ରତିନଧି ଓ ପ୍ରଶାସନ କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିନାହିଁ |
ସରଳ ନିରୀହ ଆଦିବାସୀ ମାନେ କରିବା ବା କୋଣ ପ୍ରକୃତି ର ରକ୍ଷକ ହୋଇ ଦୁର୍ଗମ ଅଂଚଳ ରେ ଜନ୍ମ ହେବା ବୋଧେ ଏମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଛି. ଏହି ଭଳି ପରିସ୍ଥିତି ରେ ଲଷ୍ମୀପୁର ବ୍ଲକ ପ୍ରଶାସନ ତରଫରୁ ଯୁବ ବି ଡି ଓ ପ୍ରୀତି ରଞ୍ଜନ ରଥ, Assistant executive Engineer -M ପୱନ କୁମାର ,JE -ଗୋପାଳ ମିଞ୍ଜ ,Peo -ପ୍ରମୋଦ କୁମାର ମହାପାତ୍ର ,ସରପଞ୍ଚ ଲଷ୍ମୀପୂର – Syamasundar Tadingi, GRS -Sanjay Subudhi,BFT – Nihar Garada , samiti-Nayana Mandinga,ଚାଲି ଚାଲି ଗାଁ କୁ ପହଂଚି ଥିଲେ. ଦୀର୍ଘ 2 ଘଣ୍ଟା ଗାଁ ରେ ବସି ଲୋକଙ୍କ ସମସ୍ୟା ବୁଝିଥିଲେ ଓ ଯୁଦ୍ଧ କାଳୀନ ଭିତ୍ତି ରେ ରାସ୍ତା, ପାନିଓ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ. ଏହି ଭଳି ପ୍ରଶାସନ ସମସ୍ତଙ୍କ ପାଇଁ ନିଶ୍ଚିତ ରୂପେ ପ୍ରେରଣା |

nis-ad
Leave A Reply

Your email address will not be published.