କନ୍ୟା‌ଙ୍କ ସାମ୍ନାରେ ଟଳିପଡ଼ିଲେ ବର…

ପାଟ୍‌ନା: ବିହାରର ସିତାମଢ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ବାହାଘରରେ ଡିଜେର ଶବ୍ଦ ବରର ମୃତ୍ୟୁର କାରଣ ପାଲଟିଛି। ଜାଣିବାକୁ ମିଳିଛି ଯେ ବିବାହରେ ବାଜୁଥିବା ଡିଜେ ଶବ୍ଦ ଶୁଣି ବିବ୍ରତ ହୋଇ ପଡ଼ିଲେ ବର। ତାପରେ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ ହସ୍ପିଟାଲ୍‌କୁ ଆଣିବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ଘଟିବା ପରେ ଉଭୟ ବର ଓ କନ୍ୟାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଛି। ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ଡିଜେ ଉପରେ ପ୍ରତିବନ୍ଧକ ରହିଥିବା ବେଳେ ସେଠାରେ ଖୁବ୍‌ ଜୋର୍‌ରେ ଶବ୍ଦ ଶୁଭୁଥିଲା।

ସୂଚନାନୁସାରେ, ବୁଧବାର ରାତିରେ ଇନ୍ଦରବା ଗ୍ରାମର ବାସିନ୍ଦା ଜଣେ ଯୁବତୀଙ୍କ ବିବାହ ପରିହର ପ୍ରଖଣ୍ଡର ଧନୱା ପଞ୍ଚାୟତର ମନିଥର ୱାର୍ଡ-୯ର ସୁରେନ୍ଦ୍ର କୁମାରଙ୍କ ପୁଅ ଗୁଦର ରାୟଙ୍କ ସହ ହେବାର ଥିଲା। ଘରକୁ ବରଯାତ୍ରୀ ଆସିଥିଲେ। ବରଯାତ୍ରୀଙ୍କ ସ୍ବାଗତ ପରେ ମଞ୍ଚ ଉପରେ ବସିଥିଲେ ବର-କନ୍ୟା। ସାମ୍ନାରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ବସିଥିଲେ। ଖୁବ୍ ଜୋର୍‌ରେ ସେଠାରେ ଡିଜେ ବି ବାଜୁଥିଲା।

ମଞ୍ଚ ଉପରକୁ ଆସି କନ୍ୟା ବରଙ୍କୁ ବନ୍ଦାପନା କଲେ। ପୁଣି ବର-କନ୍ୟା ପରସ୍ପରଙ୍କୁ ବରଣମାଳା ପିନ୍ଧାଇଲେ। ତାପରେ ଫଟୋ ସେସନ୍‌ ଆରମ୍ଭ ହୋଇଗଲା। ଅନେକ ସମୟ ପର୍ଯ୍ୟନ୍ତ ଫଟୋ ଉଠା ଚାଲିଲା। ଏହି ସମୟରେ ଅଚାନକ ଡିଜେ ଶବ୍ଦ ଶୁଣି ବର ବିବ୍ରତ ହୋଇ ଉଠିଲେ ଓ ‌ସେଠାରେ ଅଚେତ ହୋଇ ପଡ଼ିଗଲେ।

nis-ad
Leave A Reply

Your email address will not be published.