ଆଜି ଥିଲା ଚତୁର୍ଥୀ, ଶୌଚ ପାଇଁ ଯାଇଥିବା ବେଳେ ବୁଡି ଗଲେ ଯୁବକ

ବାଲେଶ୍ଵର : ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡ଼ୁପାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ଅଜୟ କୁମାର ଭଞ୍ଜ । ଗତ ୧ ମାର୍ଚ୍ଚରେ ଅଜୟଙ୍କ ହୋଇଥିଲା ବାହାଘର ଆଜି ଥିଲା ରିସେପ୍ସନ ।

ସୂଚନା ଅନୁସାରେ ଗତ ୧ ତାରିଖରେ ଯୁବକ ଜଣକ ଚାନ୍ଦିପୁର ଅଞ୍ଚଳରେ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ଆଜି ସକାଳ ଭୋରରୁ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାକୁ ନେଇ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଯୁବକଙ୍କ ମୃତଦେହକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.