ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍‌

ମୟୂରଭଞ୍ଜ : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଗତକାଲି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି । ରାଇରଙ୍ଗପୁର ଉପଖଣ୍ଡ ସହିତ ବାରିପଦା ଉପଖଣ୍ଡକୁ ଏହି ଘାଟି ଅଲଗା କରିଦେଉଛି । ୪୯ ନମ୍ବର ଜାତୀୟ ରାଜପଥ ଚନ୍ଦନପୁର ଠାରେ ସମୀକ୍ଷା କରିଛନ୍ତି ।

ଆଜି ବାରିପଦା ଗସ୍ତକରି ୨ୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତିମୂଳକ କାର୍ଯ୍ୟର ତଦରଖ କଲେ 5T ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ 5T ସଚିବ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛନ୍ତି ।

nis-ad
Leave A Reply

Your email address will not be published.