୨ୟ ଟେଷ୍ଟ : ଭାରତ ୧୬୩ରେ ଅଲଆଉଟ୍, ଅଷ୍ଟ୍ରେଲିଆ ଆଗରେ ୭୬ରନର ବିଜୟ ଲକ୍ଷ୍ୟ

ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟେଷ୍ଟର ୨ୟ ଦିନରେ ଭାରତର ସ୍ଥିତି ଆହୁରି ଖରାପ ହୋଇଯାଇଛି । ପ୍ରଥମ ଇନିଂସରେ ମାତ୍ର ୧୦୯ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ୨ୟ ଇନିଂସରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୧୯୭ରନ କରିଥିଲା । ଏହା ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୭୬ରନର ଆବଶ୍ୟକତା ରହିଛି ।
୨ୟ ଦିନରେ ଅଷ୍ଟ୍ରେଲିଆ ଗତ କାଲିର ସ୍କୋର ୧୫୬ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଅଷ୍ଟ୍ରେଲିଆ ଆଉ ମାତ୍ର ୪୧ ରନ ଯୋଗ କରି ଅଲଆଉଟ ହୋଇଯାଇଥିଲା । ଏହା ପରେ ଭାରତର ୨ୟ ଇନିଂସ ଆରମ୍ଭ ହୋଇଥିଲା । ୨ୟ ଇନିଂସରେ ବି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିଫଳ ହୋଇଥିଲେ । ତେବେ ଚେତେଶ୍ବର ପୂଜାରା ସତର୍କତାର ସହ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ସର୍ବାଧିକ ୫୯ରନ କରିଥିବାବେଳେ ଶ୍ରେୟସ ଆସର ୨୬ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିଅନ ୮ଟି ଓ୍ବିକେଟ ନେଇଥିଲେ ।

nis-ad
Leave A Reply

Your email address will not be published.