ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ…

ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ ଚୀନ ସେଥିପାଇଁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି ।
ଗତ ଡିସେମ୍ବର ୨୫, ୨୦୨୨ରେ ବିଏସଏଫ ପାକିସ୍ତାନରୁ ଆସୁଥିବା ଏଭଳି ଏକ ଡ୍ରୋନକୁ ଧ୍ୱଂସ କରିଥିଲା ଏବଂ ଏହାର ଯୋଜନାକୁ ବିଫଳ କରିଥିଲା । ଯେତେବେଳେ ଏହି ଡ୍ରୋନକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା, ସେତେବେଳେ ଚୀନ ଓ ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ର ପଦାକୁ ଆସିଥିଲା।
୨୦୨୨ ଡିସେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଅମୃତସର ସେକ୍ଟରର ଏଓଆର ବିଓପି ରାଜତାଲରେ ଏକ ପାକିସ୍ତାନୀ କ୍ୱାଡକପ୍ଟର ଡ୍ରୋନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା। ବିଏସଏଫ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇ ଏହାକୁ ତଳକୁ ଖସାଇ ଦେଇଥିଲେ । ଡ୍ରୋନକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା ।

ଡ୍ରୋନର ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ୨୦୨୨ ଜୁନ୍ ୧୧ ରେ ଏହା ଚୀନର ସାଂଘାଇରେ ଉଡ଼ାଣ ଭରିଥିଲା । ଏହାପରେ ୨୪ ସେପ୍ଟେମ୍ବର ୨୦୨୨ରୁ ୨୫ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଏହା ପାକିସ୍ତାନର ପଞ୍ଜାବର ଖାନେୱାଲ ଉପରେ ୨୮ ଥର ଉଡ଼ାଣ ଭରିଥିଲା । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଭାରତ ଉପରେ ବ୍ୟବହାର କରିବାକୁ ଚୀନ ପାକିସ୍ତାନକୁ ଏସବୁ ଡ୍ରୋନ ଯୋଗାଉଛି ।

nis-ad
Leave A Reply

Your email address will not be published.