ଭୁବନେଶ୍ୱର : ବିଧାନସଭା ଭିତରେ ଓ ବାହାରେ ପିଏମ୍ ଆବାସ ତାତି । ଗୃହରେ ବିଜେଡି ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ଏପଟେ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା ଚଳାଇଛି ବିଜୁ ମହିଳା ଜନତା ଦଳ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ବ୍ୟାନର ଦେଖାଇ କେନ୍ଦ୍ର ବିରୋଧରେ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ ।
ସେହିପରି କଂଗ୍ରେସ ଓ ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ବିଜେଡି ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡ଼ିଶା ଲୋକଙ୍କୁ ଠକିଛନ୍ତି କେନ୍ଦ୍ର ସରକାର ।