ଗୌହାଟୀ: ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିବାବେଳେ ଗତ ୧୬ ତାରିଖରେ ତ୍ରିପୁରା ବିଧାନସଭାର ସମସ୍ତ ୬୦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଆସନ୍ତା ୨ ତାରିଖରେ ୩ଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ। ଆଉ ଗତକାଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଥିଲା | ଏସବୁ ବୁଥ ବାହୁଡା ମତକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସଂଯୋଜକ ହିମନ୍ତ ବିଶ୍ୱସର୍ମା ଦାବି କରିଛନ୍ତି ଯେ ଉତ୍ତର-ପୂର୍ବ ତିନୋଟି ରାଜ୍ୟରେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ଝୁଲା ବିଧାନସଭା ହେବ ନାହିଁ ଓ ଏନଡିଏ ସରକାର ଗଠନ ହେବ।
ତ୍ରିପୁରାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଥିବାବେଳେ ନାଗାଲାଣ୍ଡରେ ମିଳିତ ଗଠବନ୍ଧନରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ | ସେହିପରି ମେଘାଳୟରେ ଜିତିଥିବା ଆସନ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏନଡିଏ ସହଭାଗୀମାନଙ୍କ ମଧ୍ୟରୁ କେହି କଂଗ୍ରେସ କିମ୍ବା ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ। ଉଲ୍ଲେଖ ଥାଉ କି ଏକଜିଟ୍ ପୋଲ୍ ଫଳାଫଳ ପରେ ହିମନ୍ତ ଏଭଳି ଦାବି କରିଛନ୍ତି | ଏକଜିଟ୍ ପୋଲ୍ ମୁତାବକ ତ୍ରିପୁରାରେ ବିଜେପି ସରକାର ଗଠନ କରୁଥିବାବେଳେ ନାଗାଲାଣ୍ଡରେ ମଧ୍ୟ ଏନଡିପିପି-ବିଜେପି ମିଳିତ ସରକାର ଗଠନ କରିପାରନ୍ତି | ସେହିପରି ମେଘାଳୟରେ ବିଜେପିକୁ ଏଥର ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। କୌଣସି ଦଳ ବା ମେଣ୍ଟକୁ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟକ ଆସନ ମିଳିନପାରେ। ତେବେ କନରାଡ ସାଙ୍ଗମାଙ୍କ ଏନ୍ପିପି ଦଳ ସର୍ବାଧିକ ଆସନ ପାଇବ। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଦଳକୁ ୨୧ଟିରୁ ୨୬ଟି ପର୍ଯ୍ୟନ୍ତ ଆସନ ମିଳିବ।
Sign in
Sign in
Recover your password.
A password will be e-mailed to you.