ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଗରମ, ଏପ୍ରିଲ-ମେ’ରେ ଆହୁରି ବଢିବ : ସ୍କାଏମେଟ୍

ଭୁବନେଶ୍ବର : ଫେବ୍ରୁଆରି ମାସ ଶେଷ ହେବାକୁ ଯାଉଛି । ଗତ କିଛି ବର୍ଷ ମଧ୍ୟରେ ଏହାକୁ ଏକ ସବୁଠାରୁ ଗରମ ଫେବ୍ରୁଆରି ମାସର ବୋଲି କୁହାଯାଉଛି । ତେବେ ଅସଲ ଗରମ ଆଗକୁ ଆସୁଛି । ଆସନ୍ତା ମାର୍ଚ୍ଚ ମାସରେ ଗରମ ଆହୁରି ବଢିବ ଓ ତାହା ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା ମାର୍ଚ୍ଚ ମାସରେ ଦେଶର ଅଳ୍ପ କିଛି ଅଂଚଳକୁ ଛାଡ଼ିଦେଲେ ଅନ୍ୟ ଅଂଚଳରେ ଅପେକ୍ଷାକୃତ ଅଧିକ ଗ୍ରହଣ ଅନୁଭୂତ ହେବ। ଏହାପରେ ଆସିବାକୁ ଥିବା ପ୍ରକୃତ ଖରାଦିନିଆ ମାସ ଏପ୍ରିଲ, ମେ ଓ ଜୁନ ମାସରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ।
ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସରେ ଉତ୍ତରଭାରତରେ ବିଶେଷ ବର୍ଷା ହୋଇନାହିଁ । ସେହିପରି ଓଡ଼ିଶା ଓ ମଧ୍ୟ ଭାରତରେ ବି ବର୍ଷା ହୋଇନାହିଁ । ଏହି କାରଣରୁ ତାପମାତ୍ରା ବଢିଚାଲିଛି, ଯାହାକି ଫସଲ ଉତ୍ପାଦନକୁ ଗୁରୁତରଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି ।
ସ୍କାଏମେଟ ପକ୍ଷରୁ ମାର୍ଚ୍ଚମାସ ପାଇଁ ଦେଶର ଏକ ହିଟ୍ ମ୍ୟାପ୍ ଜାରି କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଉପକୂଳବର୍ତ୍ତୀ କେତେକ ଅଂଚଳକୁ ଛାଡ଼ିଦେଲେ ସାରା ରାଜ୍ୟରେ ହାରାହାରି ତାପମାତ୍ରା ୩୮ ଡିଗ୍ରୀରୁ ୪୦ ଡିଗ୍ରୀ କିମ୍ବା ଅଧିକ ରହିବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ ଓ ମେ ମାସରେ ରାଜ୍ୟର ହାରାହାରି ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ।

nis-ad
Leave A Reply

Your email address will not be published.