କଟକରେ ଧରାପଡିଲା ମାରଣା ଷଣ୍ଢ…

କଟକ : କଟକରେ ଧରାପଡିଲା ମାରଣା ଷଣ୍ଢ। ବାଦାମବାଡ଼ି ଅଞ୍ଚଳରେ ସକାଳୁ ଉତ୍ପାତ କରୁଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ସିଏମ୍‌ସି ୪୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଥିଲା ଷଣ୍ଢ।

ଏପରିକି ରାସ୍ତାରେ କୌଣସି ଲୋକଙ୍କୁ ଯିବା ଆସିବା କରିବାକୁ ଦେଉ ନଥିଲା । ଫଳରେ ଲୋକେ ଭୟଭୀତ ହୋଇ ରହିଥିଲେ। ଷଣ୍ଢକୁ କାବୁ କରି ସ୍ଥାନାନ୍ତରିତ କରିବାକୁ CMC କର୍ତ୍ତୁୁପକ୍ଷଙ୍କୁ ଦାବି କରିଥିଲେ ଅଞ୍ଚଳବାସୀ। ଷଣ୍ଢଟି ପାଗଳା ହୋଇଛି କିମ୍ବା କୌଣସି ପ୍ରକାର ଖାଦ୍ୟ ଖାଇଥିବା ଯୋଗୁଁ ଏଭଳି ଆଚରଣ କରୁଥିବା ସନ୍ଦେହ ହୋଇଛି ।

nis-ad
Leave A Reply

Your email address will not be published.