ଫିରିଙ୍ଗିଆରେ ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟ ସ୍ଥରିୟ ଲୋକ କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଜିଲ୍ଲା ଉପସଭାପତି ଅକ୍ଷୟ କର୍ଣ୍ଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଚୌଦ୍ଵାର ପୂର୍ବତନ ବିଧାୟକ ତଥା ରାଜ୍ୟ କଳା କାର ସଂଘ ସଭାପତି ପ୍ରଭାତ ବିଶ୍ଵାଳ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଧୂପ ଦୀପ ପ୍ରଜ୍ବଳନ ସହ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ , ବିଜେଡ଼ି ଜିଲ୍ଲା ସଭାପତି ପୂନମ୍ କହଁର , ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର, ବ୍ଲକ ସଭାପତି ବିଷ୍ଣୁ ଚରଣ ମଲିକ , ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ,ଙ୍କ ସହ ବିଭିନ୍ନ ଅଞ୍ଚଳରୁ ଅତିଥି ମାନେ ଯୋଗ ଦେଇଥିଲେ l କାର୍ଯ୍ୟ କ୍ରମ ରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ରୁ ବାହାରି ପିତାବଳୀ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ପରେ ସ୍ଥାନୀୟ ଖେଳ ପଡ଼ିଆରେ ମହୋତ୍ସବ ଅନୁଷ୍ଠିତ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଳାକାର ସଂଘ ସଂଯୋଜକ ସନ୍ତୋଷ କୁମାର ପତ୍ର , କୁଇ ସମାଜ ସେବା ସମିତି ସଭାପତି ଫୁଲବାଣୀ ସୁଦର୍ଶନ କହଁର , ମୌସୁମୀ ପ୍ରଧାନ ସମିତିସଭ୍ୟା ଫିରିଙ୍ଗିଆ ,ଲକ୍ଷ୍ମୀଧର ସାହୁ ରାଜ୍ୟ ଅଧ୍ୟକ୍ଷ ସଂସ୍କୃତି ଓ କଳାକାର ପରିଷଦ ଓଡିଶା ,ରବୀନ୍ଦ୍ର କହଁର ଉପ ଜିଲ୍ଲା ପାଳ ବୌଧ ଓ ଜିଲ୍ଲା ତଥା ରାଜ୍ୟ ସ୍ଥରରେ ବିଭିନ୍ନ କଳା କାର ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ରାଜ୍ୟ ସ୍ତରୀୟ ଲୋକ କଳା ମହୋତ୍ସବ ରେ ଯୋଗଦେଇଥିବା ବିଭିନ୍ନ କଳା କାର ମାନେ ମଞ୍ଚ ରେ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ l ଅତିଥି ମାନେ କଳା କାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ତାର ସମାଧାନ ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ କଳା କାର ମାନଙ୍କୁ ଲୋକ କଳା ସଂଘ ତରଫରୁ ମାନ ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟ କ୍ରମରେ କଂସଦେବ ସାହୁ , ସଞ୍ଜୟ ଦିଗାଳ, ଙ୍କ ସହ ଅଞ୍ଚଳର କଳା କାର ମାନେ କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.