ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା…

ବ୍ରହ୍ମପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨୦0୨୩ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦପକ୍ଷରୁ ଦିଆଗଲା ସୂଚନା। ପୂର୍ବାହ୍ଣ ୧୦ଟାରେ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ପ୍ରଥମ ସିଟିଂରେ ସରୁଥିବା ରାଜ୍ୟର ଏହି ମହତ୍ତ୍ୱପୂର୍ଣ୍ଣ ଦ୍ବିତୀୟ ବଡ଼ ପରୀକ୍ଷା ଆଗାମୀ ଅପ୍ରେଲ୍ ମାସ ୫ ତାରିଖ ଦିନ ଶେଷ ହେବ l ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି l କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ମଧ୍ୟରେ ସଂଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମଧିକ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝାଙ୍କ ସୂଚନା ଦେଇଛନ୍ତି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ମୋଟ ୪୫ଟି ‘ପରୀକ୍ଷା ପରିଚାଳନା ହବ୍’ (ଇ.ଏମ୍.ଏଚ୍.) ଅଧୀନରେ ସର୍ବମୋଟ ୨0୭ଟି ପରୀକ୍ଷା କେନ୍ଦ୍ର ରହିଛି l
ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳା ସ୍ରୋତରେ ୫୦୨୦୦, ବିଜ୍ଞାନ ସ୍ରୋତରେ ୧୯୨୭୯ , ବାଣିଜ୍ୟ ସ୍ରୋତରେ ୫0୮୮ ଓ ଧନ୍ଦାମୂଳକ ଶିକ୍ଷାରେ ୯00 ଜଣ ଏହିପରି ମୋଟ ୭୫, ୪୬୭ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୬୭, ୯୮୬ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୪,୫୮୬ ଏହିପରି ମୋଟ ୭୨, ୫୭୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l
ଗଞ୍ଜାମ ଜିଲ୍ଲାରେ ୧୬ଟି ହବ୍ ଓ ୭୨ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୧୯୧୨୬, ବିଜ୍ଞାନରେ ୯୫୭୮, ବାଣିଜ୍ୟରେ ୨୩୪୪, ଧନ୍ଦାମୂଳକ ଶିକ୍ଷାରେ ୨୭୭ ପରୀକ୍ଷାର୍ଥୀ ଏହିପରି ମୋଟ ୩୧, ୩୨୫ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରେଗୁଲାର୍ ଭାବେ ୨୯,୧୨୩ ଓ ଏକ୍ସ-ରେଗୁଲାର୍ ଭାବେ ୧0୨୨ ଏହିପରି ସର୍ବମୋଟ ୩0, ୧୪୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ପରୀକ୍ଷା ଆରମ୍ଭ ହେବାର ଅନ୍ୟୂନ ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ ଓ ଜଣେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପ୍ରେରଣ କରାଯିବ ଏବଂ ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସମ୍ପୃକ୍ତ ହବ୍ ଷ୍ଟ୍ରଙ୍ଗ୍ ରୁମରେ ଆଣି ସିଲ୍ ହୋଇଥିବା ଉତ୍ତରଖାତା ପ୍ୟାକେଟ୍ ଦାଖଲ କରିବେ l
ଚଳିତ ବର୍ଷ +୨ ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ଭାବେ ପରିଚାଳନା କରିବା ନିମନ୍ତେ ସର୍ବାଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l ଇତିମଧ୍ୟରେ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲାର ୪୫ଟି ଯାକ ପରୀକ୍ଷା ପରିଚାଳନା ହବ୍ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚିଯାଇଛି l ପ୍ରତ୍ୟେକ ହବ୍ କଣ୍ଟ୍ରୋଲ୍ ରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ୨୪ ଘଣ୍ଟିଆ ସିସି-କ୍ୟାମେରା ସର୍ଭିଲେନ୍ସ ମଧ୍ୟରେ ପ୍ରଶ୍ନପତ୍ର ରଖଆଯାଇଛି l ମାର୍ଚ୍ଚ ୧ ତାରିଖ ପ୍ରଥମ ସିଟିଂରେ ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ରହିଥିବା ଉପସଚିବ ଡ. ଓଝାଙ୍କୁ କହିଛନ୍ତି।

nis-ad
Leave A Reply

Your email address will not be published.