ଆନନ୍ଦ ଟପୋ ମୃତ୍ୟୁ ଘଟଣା : JMFC 2 କୋର୍ଟରେ ଦାଖଲ ହେଲା ଫାଇନାଲ ରିପୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଆନନ୍ଦ ଟପୋ ମୃତ୍ୟୁ ମାମଲା ଆଜି ଫାଇନାଲ ରିପୋର୍ଟ JMFC 2କୋର୍ଟରେ ଦାଖଲ କଲା କମିଶନରେଟ ପୋଲିସ । ୨୦୨୨ ଫେବୃଆରୀ ମାସରେ ଇନ୍ଫୋ୍ସିଟି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ଆତ୍ମ ହତ୍ୟା କରିଥିଲେ । ଆନନ୍ଦଙ୍କ ପରିବାର ପକ୍ଷରୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ପ୍ରେମିକା ମଞ୍ଜିତ ଟପୋଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ । ସେହି ସମୟରେ ଇଂଫୋସିଟି ଥାନା ପୋଲିସ ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଶେଷ କରିଥିଲା । ହାଇକୋର୍ଟଙ୍କ ନିର୍ଦେଶ ପରେ ଭୁବନେଶ୍ୱର DCP ପୁଣି ତଦନ୍ତ କରିଥିଲେ ।

ତଦନ୍ତ ସମୟରେ ଗୁରୁତ୍ୱପୂର୍ଣ ସାକ୍ଷୀ, ସୂଚନାକାରୀ, ପାରିପାର୍ଶ୍ଵିକ ପ୍ରମାଣ, AIIMS ର ପୋଷ୍ଟ ମାର୍ଟମ ରିପୋର୍ଟ, SFSL ର ଭିସେରା ରିପୋର୍ଟ ସାଇଣ୍ଟିଫିକ ଅଫିସରଙ୍କ ତଥ୍ୟକୁ ତର୍ଜମା କରାଯାଇଥିଲା । ଆନନ୍ଦଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜଣାପଡିଥିଲା । ଏଥିରେ ଫାଉଲ ପ୍ଲେ ନଥିବା ରିପୋର୍ଟରେ ଦର୍ଶାଯାଇଛି । ବେକରେ ଥିବା ଆଘାତରୁ ଆତ୍ମହତ୍ୟା ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.