ପୋଲିସ୍ ଇନଫର୍ମର୍ ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୁଣି ଉପସ୍ଥିତ ଜାହିର କଲେ ମାଓବାଦୀ। ପୋଲିସ୍ ଇନଫର୍ମର୍ର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି । ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟକରିଛନ୍ତି ମାଓବାଦୀ ।

ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ କେରାଡ଼ିହିରେ ଘଟିଛି ଘଟଣା । ହତ୍ୟା ପରେ ମୃତଦେହ ନିକଟରେ ମାଓବାଦୀ ଛାଡ଼ିଯାଇଛନ୍ତି ପୋଷ୍ଟର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ ତଦନ୍ତ କରିଛି ।

nis-ad
Leave A Reply

Your email address will not be published.