ଦେଶ ବଦଳରେ ବ୍ୟବସାୟ ବିଷୟରେ ଚିନ୍ତା କରିଥି‌ଲେ ମସ୍କଙ୍କ ଠାରୁ ଅଧିକ ଧନୀ ହୋଇଥାନ୍ତି : ବାବା ରାମଦେବ…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ସାହିତ୍ୟ ଆଜତକ ମଞ୍ଚରେ କହିଛନ୍ତି ଯେ, ଯଦି ସେ ଦେଶ ବଦଳରେ ବ୍ୟବସାୟ ବିଷୟରେ ଚିନ୍ତା କରିଥାନ୍ତେ, ତେବେ ସେ ବିଶ୍ବର ଧନୀ ନମ୍ବର ୧ ବ୍ୟବସାୟୀ ଏଲନ ମସ୍କଙ୍କ ଠାରୁ ବି ଅଧିକ ଧନୀ ହୋଇଥାନ୍ତେ। ବାବା ରାମଦେବ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବେଦ, ପୁରାଣ, ରାମାୟଣ, ମହାଭାରତ, ଭଗବଦ୍ ଗୀତା ଓ ପିତୃପୁରୁଷଙ୍କଠାରୁ ପାଇଥିବା ଜ୍ଞାନ ଏବଂ ମୁଁ ନିଜେ ଅନୁସନ୍ଧାନ କରି ଏହି ଆୟୁର୍ବେଦିକ ଜ୍ଞାନକୁ ଦୁନିଆ ସାମ୍ନାକୁ ଆଣିଲି।
ବାବା ରାମଦେବ ତାଙ୍କର ପୁରୁଣା ବିବୃତ୍ତିକୁ ଦୋହରାଇ କହିଛନ୍ତି ଯେ, ମୁଁ ଆଗରୁ ମଧ୍ୟ କହିଥିଲି ଯେ ଟାଟା, ବିର୍ଲା, ଆଦାନୀ, ଜୁକରବର୍ଗ, ଏଲନ୍ ମସ୍କ, ୱାରେନ୍‌ ବଫେଟ୍ ଏବଂ ବିଲ୍ ଗେଟ୍ସଙ୍କ ଅପେକ୍ଷା ସ୍ୱାମୀ ରାମଦେବଙ୍କ ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ବ୍ୟବସାୟୀମାନେ ନିଜ ପାଇଁ ବଞ୍ଚନ୍ତି, କିନ୍ତୁ ସନ୍ୟାସୀ ସମସ୍ତଙ୍କ ପାଇଁ ବଞ୍ଚନ୍ତି। ସେଥିପାଇଁ ତାଙ୍କର ସମୟ, ଶକ୍ତି ଓ ଜ୍ଞାନ ସମସ୍ତଙ୍କ କଲ୍ୟାଣ ପାଇଁ। ଏଲନ୍ ମସ୍କ ବିଷୟରେ ଯୋଗଗୁରୁ କହିଛନ୍ତି ଯେ, ସେ ଟେକ୍ନୋଲୋଜି ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଆମର ଯାହା ଅଛି ତାହା ହେଉଛି ବେଦ, ପୁରାଣ, ଧାର୍ମିକ ପୁସ୍ତକ ଓ ପିତୃପୁରୁଷଙ୍କ ଜ୍ଞାନ। ଯଦି ସେ ଏହି ଜ୍ଞାନକୁ ନେଇ ବ୍ୟବସାୟ କରିଥାନ୍ତେ ତାହେଲେ ସେ ଏଲନ୍ ମସ୍କଙ୍କ ଅପେକ୍ଷା ଅଧିକ ଧନୀ ହୋଇଥାନ୍ତେ, କିନ୍ତୁ ଆମେ ବିଶ୍ୱର କଲ୍ୟାଣ ପାଇଁ ସେହି ଜ୍ଞାନ ଦେଇଥିଲୁ।
ବାବା ରାମଦେବ ଦାବି କରିଛନ୍ତି ଯେ ସେ ଆୟୁର୍ବେଦ ମାଧ୍ୟମରେ ଅନେକ ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ଆରୋଗ୍ୟ କରିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ପଟେ ମେଡିକାଲ୍ ମାଫିଆ, ଅନ୍ୟ ପଟେ ରାଜନୈତିକ ମାଫିଆ, ଧାର୍ମିକ ମାଫିଆ, ମୁଁ କଦାପି ମିଡିଆ ମାଫିଆ କହିନାହିଁ, କିନ୍ତୁ ମାଫିଆ ରାଜ୍‌ ଚାରିଆଡେ ଚାଲିଛି, ଆମେ ସମସ୍ତଙ୍କ ପାଇଁ ଲଢୁଛୁ ।
ସମଗ୍ର ଚିକିତ୍ସା ବ୍ୟବସ୍ଥା ଏହା କରିପାରିଲା ନାହିଁ, କିନ୍ତୁ ଆମେ ଏହା କରିଦେଖେଇଲୁ। ଡାଇବେଟିସ ରୋଗୀଙ୍କୁ ଆରୋଗ୍ୟ କରାଯାଇ ପାରୁ ନଥିଲା କିନ୍ତୁ, ଆମେ ତାହା କରି ଦେଖାଇଲୁ। ଯେଉଁମାନେ ୧୦୦-୨୦୦ ୟୁନିଟ୍ ଇନସୁଲିନ୍ ନେଇଥିଲେ ସେମାନେ ଏବେ ନେଉନାହାନ୍ତି। ଆମେ ବିପି, ଥାଇରଏଡ୍, ଯକୃତ, କିଡନି ପ୍ରତିରୋପଣରୁ ଲୋକଙ୍କୁ ରକ୍ଷା କରିପାରିଛୁ । ଆମେ ଏକ କିମ୍ବା ଦୁଇ ମାସ ମଧ୍ୟରେ କର୍କଟ ରୋଗକୁ ଭଲ କରିଦେଲୁ । ଯୋଗ-ଆୟୁର୍ବେଦ ଏବଂ ସନାତନକୁ ସମଗ୍ର ବିଶ୍ୱ ଅନୁସରଣ କରିବ ବୋଲି କହିଛନ୍ତି ବାବା ରାମଦେବ।

nis-ad
Leave A Reply

Your email address will not be published.