ରାସ୍ତା ପାର୍ ବେଳେ ଶିଶୁକୁ ଧକ୍କା ଦେଲା ଗାଡି, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ…

ଖଲ୍ଲିକୋଟ //ଛତ୍ରପୁର : ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । ରାସ୍ତା ପାର୍ ହେଉଥିବା ୭ ବର୍ଷର ନାବଳକକୁ ଧକ୍କା ଦେଲା ଗାଡି । ଦୁର୍ଘଟଣା ଘଟାଇ ଫେରାର ହୋଇଗଲା ସୁଇଫ୍ଟି ଡିଜାଇର ଗାଡି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ । କରଣ ସାହିର ମିହିର ମିଶ୍ର ବଜାରରୁ ଘରକୁ ଫେରିବା ପରେ ଘରୁ ମିହିରଙ୍କ ୭ ବର୍ଷର ପୁଅ ବାହାରକୁ ଆସେ । ଆଉ ବାହାରକୁ ଯିବା ପାଇଁ ଜିଦ୍ କରେ କିନ୍ତୁ ମିହିର ପୁଅକୁ ବାହାରକୁ ଯିବାକୁ ମନା କରନ୍ତି । ତାପରେ ମିହିର ଘରକୁ ଚାଲିଯିବା ପରେ ତାଙ୍କ ପୁଅ ରୋଡ ପାର୍ ହୋଇ ଚାଲିଯାଆନ୍ତି ।

ଆଉ ରୋଡ ସେପାଖରୁ ପୁଣି ଏପାଖକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଗାଡି ପିଲାଟିକୁ ଧକ୍କା ଦେବା ଫଳରେ ପିଲାଟି ୨୦ ମିଟର ଦୂରରେ ଯାଇ ପଡେ । ଗାଡିଟି ପିଲାଟିକୁ ଧକ୍କା ଦେଲା ପରେ ସେଠାରୁ ଫେରାର୍ ହୋଇଯାଇଛି । କିନ୍ତୁ ପିଲାଟି ଗୁରୁତର ଭାବେ ଆହତ ହୋଇଛି । ତେବେ ଦୁର୍ଘଟଣାର ସମ୍ପୁର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.