ଗୋଛାପଡ଼ା ପୋଲିସର ଚଢାଉ, ବିପୁଳ ପରିମାଣର ଗଞ୍ଜେଇ ସହ ଭ୍ୟାନ ଓ ୩ ବାଇକ ଜବତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସର ଚଢାଉ । ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର । ଗୋଚ୍ଛାପଡ଼ା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଖବର ଅନୁସାରେ ବହୁ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଟିମ୍ ଚଢାଉ କରିଥିଲା । କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଚ୍ଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକ ଟିମ୍ ଲୁଇସି ସିଂ ପୋଲ ନିକଟରେ ଚଢାଉ କରି ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହାସହ ଏକ ପିକ୍‌ଅପ୍ ଭ୍ୟାନ ସମେତ ୩ଟି ବାଇକକୁବି ଜବତ କରିଛି ପୋଲିସ ।ଅନ୍ୟପଟେ ଏହି ମାମଲାରେ ସଂପୃକ୍ତ ଥିବା ଏକାଧିକ ଅଭିଯୁକ୍ତ ଜଙ୍ଗଲର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବା ବୋଲି ଥାନା ଅଧିକାରୀ କହିଛନ୍ତି l

nis-ad
Leave A Reply

Your email address will not be published.