ଅବକାରୀ ଥାନା ପକ୍ଷରୁ ନକଲି ମଦ ଜବତ ସହ ଦୁଇ ଗିରଫ…

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଥାନାକୁ ମିଳିଛି ସଫଳତା, ଅବକାରୀ ବିଭାଗ ଦ୍ଵାରା ପୃଥକ୍ ପୃଥକ୍ ସ୍ଥାନରେ ଛକି ରହି ୪୫ ଲିଟର ନକଲି ମଦ ଜବତ କରିଥିବା ବେଳେ ଏହି ସଂକ୍ରାନ୍ତରେ ଗୋଟିଏ ବାଇକ୍ ସହ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଫାଷ୍ଟ ଗେଟ୍ ଠାରେ ଅବକାରୀ ଥାନା ପକ୍ଷରୁ ଛକି ରହିଥିବା ବେଳେ ଜଣେ ଯୁବକ ଏକ ପେଟିରେ ନକଲି ମଦ ଧରି ଯାଉଥିବା ବେଳେ ତାକୁ କାବୁ କରି ନକଲି ମଦତ ଗୋଟିଏ ବାଇକ୍ କୁ ଜବତ କରିଥିଲେ।ଗିରଫ ଯୁବକ ଜଣକ ଶୁକୁଣ୍ଡା ଗ୍ରାମର ନରସିଂହ ଗୌଡ଼ ତା ଠାରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ୨୭ଲିଟର ନକଲି ଜବତ ହୋଇଛି। । ସେହିପରି ବିଜିପୁର ଛକ ଅଞ୍ଚଳରେ ଅନ୍ୟ ଏକ ଯୁବକକୁ ଅଟକ ରଖି ଯାଞ୍ଚ ବେଳେ ମଧ୍ୟ ନକଲି ମଦଥିବା ଜଣା ପଡିଥିଲା । ଯୁବକ ଜଣକ ହେଲେ ଶୁକୁଣ୍ଡା ଜଗନ୍ନାଥ ରାଉଳ । ତା ଠାରୁ ୧୮ଲିଟର ବିଦେଶୀ ନକଲି ମଦ ଜବତ ହୋଇଛି।ଏହା ସହିତ ବିଭିନ୍ନ ବ୍ରାଣ୍ଡ ମଦ ବୋତଲ ଠିପି, ଲବୁଲ ଆଦି ମଧ୍ୟ ଜବତ ହୋଇଥିବା ଅବକାରୀ ଏସପି ରମଣେନ୍ଦ୍ର ନାରାୟଣ ନାୟକ ସୂଚନା ଦେଇଛନ୍ତି। ଆଇ ଆଇ ସି ମନୀଷା ଭୋଳ ଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ଉଭୟ। ସ୍ଥାନରେ ଚଢଉ କରାଯାଇଥିଲା। ।

nis-ad
Leave A Reply

Your email address will not be published.