ପୋଲାଣ୍ଡରେ ପହଞ୍ଚିବା ପରେ ଟ୍ରେନ ଚଢି ୟୁକ୍ରେନ ଯାଇଥିଲେ ବାଇଡେନ୍

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋପନ ୟୁକ୍ରେନ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ଗୋପନ ଗସ୍ତ ସୋମବାର ମଧ୍ୟରାତ୍ରିରେ ୱାଶିଂଟନ ବାହାରେ ଥିବା ଏକ ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ଆରମ୍ଭ ହୋଇଥିଲା। ସକାଳେ ଜୋ ବାଇଡେନ୍ ବାୟୁସେନାର ବୋଇଂ ୭୫୭ ବିମାନରେ ଚଢ଼ିଥିଲେ, ଯାହାକୁ ସି-୩୨ କୁହାଯାଏ। ଆମେରିକା ରାଷ୍ଟ୍ରପତିଙ୍କ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏହି ବିମାନ ବ୍ୟବହାର କରାଯାଏ । ପନ୍ଦର ମିନିଟ୍ ପରେ ବାଇଡେନ, କିଛି ସୁରକ୍ଷା କର୍ମୀ, ଏକ ଛୋଟ ଡାକ୍ତରୀ ଦଳ, ଘନିଷ୍ଠ ପରାମର୍ଶଦାତା ଏବଂ ଦୁଇ ଜଣ ସାମ୍ବାଦିକ ଯୁଦ୍ଧ କ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
ସେ ୱାଶିଂଟନରୁ ବାହାରି ଜର୍ମାନୀର ରାମଷ୍ଟିନରେ ଥିବା ଆମେରିକୀୟ ସାମରିକ ଘାଟିରେ ପ୍ରାୟ ୭ ଘଣ୍ଟା ପରେ ପହଞ୍ଚିଥିଲେ । ଏଠାରେ ମଧ୍ୟ ତାଙ୍କ ବିମାନର ଝରକା ସେଡ୍ ତଳେ ରହିଥିଲା ଏବଂ ସେ ବିମାନରୁ ଓହ୍ଲାଇ ନଥିଲେ। ଏହା ପରେ ବିମାନ ପୋଲାଣ୍ଡ ଯାଇଥିଲା, ଯାହା ରେଜୋ-ଜେସିଓଙ୍କା ବିମାନବନ୍ଦରରେ ଅବତରଣ କରିଥିଲା।
ସ୍ଥାନୀୟ ସମୟ ରାତି ୯ଟା ୧୫ ମିନିଟ୍ ବେଳକୁ ସେମାନେ ଏକ ଟ୍ରେନରେ ଚଢିଥିଲେ। ଟ୍ରେନରେ ପାଖାପାଖି ୮ଟି କାର୍ ଥିଲା । ବିମାନରେ ଥିବା ଅଧିକାଂଶ ଲୋକଙ୍କୁ କଡ଼ା ସୁରକ୍ଷା ଦିଆଯାଇଥିଲା। ୟୁକ୍ରେନର ଏହି ୧୦ ଘଣ୍ଟିଆ ଗସ୍ତ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଗସ୍ତ ଠାରୁ ଭିନ୍ନ ଥିଲା । କାରଣ ସେ ଏକ ସକ୍ରିୟ ଯୁଦ୍ଧ କ୍ଷେତ୍ରକୁ ଯାତ୍ରା କରୁଥିଲେ, ଯେଉଁଠାରେ ରାଷ୍ଟ୍ରପତିଙ୍କ ଆଫଗାନିସ୍ତାନ କିମ୍ବା ଇରାକ ଗସ୍ତ ପରି ଆମେରିକୀୟ ସୈନିକମାନେ ଉପସ୍ଥିତ ନଥିଲେ । ସୂର୍ଯ୍ୟ ଉଦୟ ହେବାବେଳକୁ ଟ୍ରେନଟି କିଭ୍ ରେ ପ୍ରବେଶ କରିଥିଲା।

nis-ad
Leave A Reply

Your email address will not be published.