ଦୀପାଲିଙ୍କୁ କଡା ଜବାବ ଦେଲେ ମୋହନ…

ଭୁବନେଶ୍ୱର : ଦୀପାଲିଙ୍କ ମନ୍ତବ୍ୟ ବାପା ନବଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ । ଏହାର କଡା ଜବାବ ଦେଲେ ବିରୋଧିଦଳ ନେତା ମୋହନ ମାଝୀ । ଆମେ ଏହାକୁ ନେଇ ରାଜନିତି କରୁନୁ । ଓଡିଶା ପୋଲିସ ଏ ଘଟଣାକୁ ଚାପି ଦେବାକୁ ବସିଛି କିନ୍ତୁ ଆମେ ସେକାମ କରାଇ ଦେବୁନି ବୋଲି ସ୍ପଷ୍ଟ କରିଛନ୍ତି ।

ପ୍ରକୃତ ହତ୍ୟାକାରୀଙ୍କୁ ଖୋଜିବାକୁ ସେ ଯଦି ନ ଚାହିଁବେ,କିଛି କହିବାର ନାହିଁ । କ୍ରାଇମବ୍ରାଞ୍ଚର ପାଷ୍ଟ ରେକର୍ଡ ଭଲ ନାହିଁ । ତଦନ୍ତ ଗୋପାଳ ପାଖରେ ଅଟକିଛି,ଅନ୍ୟ କାହାକୁ ତଦନ୍ତକୁ ଆଣୁନାହାନ୍ତି । ତେଣୁ ବିଜେପିର ସନ୍ଦେହ ହେବା ସ୍ୱାଭାବିକ, ପ୍ରକୃତ ହତ୍ୟାକାରୀ ଜାଣିବାକୁ ଓଡିଶାବାସୀ ଡିମାଣ୍ଡ କରୁଛନ୍ତି । ସିବିଆଇ ତଦନ୍ତ ଆମର ଦାବି,ଆମେ ରାଜନୀତି କରୁନାହୁଁ ।

nis-ad
Leave A Reply

Your email address will not be published.