୨୭ରେ ଭବିଷ୍ୟନିଧି କାର୍ଯ୍ୟାଳୟ ଘେରିବ ଅଲ ଓଡିଶା ଇପିଏଫ ପେନସନର ଏସୋସିଏସନ

ବ୍ରହ୍ମପୁର : ବିଭିନ୍ନ ଦାବି ନେଇ ଆଗାମୀ ୨୭ ତାରିଖରେ ଭାବିଷ୍ୟନିଧି କାର୍ଯ୍ୟଳୟ ଘେରିବ ଆଲ ଓଡିଶା ଇପିଏଫ ପେନସନର ଏସୋସିଏସନ। ଏନେଇ ଗଞ୍ଜାମ ଜିଲ୍ଲା ଇପିଏଫ ପେନ୍ସନର ଧାରୀଙ୍କ ଏକ ଜରୁରୀ ବୈଠକ ହିଂଜିଲି କାଟୁ ନିକଟସ୍ଥ ମାଁ ସାଉଁଳୟି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ ପେନସନ ଧାରୀଙ୍କ ଦୀର୍ଘ ଦିନର ଦାବି ସର୍ବନିମ୍ନ ପେନସନ ୯ହଜାର ଟଙ୍କା ସହିତ ମହଙ୍ଗା ଭତ୍ତା ପ୍ରଦାନ କରିବା ପାଇଁ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି।ଯାହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।ତେଣୁ ଆସନ୍ତା ଫେବୃଆରୀ ୨୭ତାରିଖରେ ସମସ୍ତ ଭାବିଷ୍ୟନିଧି କମିସିନର ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବ ନେଇ ନିଷ୍ପତ୍ତି ହୋଇଛି।ଗଞ୍ଜାମ ,କୋରାପୁଟ, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗୁଣପୁର,ନବରଙ୍ଗପୁର ଆଦି ଜିଲ୍ଲାର ବହୁ ସଂଖ୍ୟାରେ ଇପିଏଫ ପେନସନ ଧାରୀ ମନେ ଉକ୍ତ ଆନ୍ଦୋଳନ ରେ ସାମିଲ ହେବାପାଇଁ ଆହ୍ୱାନ ଦିଆଯାଇଛି।କାର୍ଯ୍ୟକାରୀ ସଭାପତି ବିପ୍ର ଚରଣ ଜେନା, ଉପସଭାପତି ବାଳକୃଷ୍ଣ ଦାଶ, ଏ.ଗୋପୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥୀ, ଗଜପତି ମହାନ୍ତି, ପ୍ରଶାନ୍ତ ଦାସ, ସୀମାଞ୍ଚଳ ମୋହାନ୍ତି, ରବି ନାରାୟଣ ସାବତ, ରବୀନ୍ଦ୍ର ନାଥ ସାମନ୍ତରାୟ, ବିଜୟ ସାମନ୍ତରା ଙ୍କ ସମେତ ଜିଲ୍ଲା ବହୁ ପ୍ରତିନିଧି ଉକ୍ତ ବୈଠକରେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.