ସମସ୍ୟା ଘେରରେ ଫୁଲବାଣୀ ପୌର ପରିଷଦର ୬ ନଂ ୱାର୍ଡ଼

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପୌର ପରିଷଦ ଅନ୍ତର୍ଗତ ୬ ନଂ ର ୱାର୍ଡ଼ ଅମଲାପଡା ବିଭିନ୍ନ ସମସ୍ଯା ଘେରରେ ବୋଲି ଅଭିଯୋଗ ଆଣିଛନ୍ତି ବାସିନ୍ଦା l ବାରମ୍ବାର ଲିଖିତ ଆକାରରେ ପୌରପରିଷଦ ଏବଂ ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ l ଉକ୍ତ ସାହିରେ ଅଧିକାଂଶ ବାସିନ୍ଦା ଡ୍ରେନ ଉପରେ ଘର ନିର୍ମାଣ କରିଥିବା ଯୋଗୁଁ ବର୍ଷାଦିନେ ଡ୍ରେନ ପାଣି ଜାମ ହୋଇ ଘର ଭିତରେ ପ୍ରବେଶ କରୁଛି l ସାହିର ଉଭୟ ପଟ୍ଟର ଡ୍ରେନ ଭାଙ୍ଗି ଯାଇଥିବା ଏବଂ ପୌରପରିଷଦ କର୍ମଚାରୀଙ୍କ ଦ୍ଵାରା ଡ୍ରେନ ସଫା ହେଉନଥିବା ଯୋଗୁଁ ନର୍ଦ୍ଦମା ପାଣିର ଦୁର୍ଗନ୍ଧରେ ଲୋକମାନେ ରୋଗରେ ପଡୁଛନ୍ତି l ୱାର୍ଡ଼ ମେମ୍ବରଙ୍କୁ ଏ ସଂକ୍ରାନ୍ତରେ ଜଣାଇଲେ ମଧ୍ଯ କିଛି ଲାଭ ହେଉନି ବୋଲି ଅଭିଯୋଗ କରିଛନ୍ତି ବାସିନ୍ଦା l ଯଥା ଶୀଘ୍ର ଏହା ଉପରେ କିଛି ପଦକ୍ଷେପ ନନେଲେ ଅଂଚଳବାସୀ ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ସଜବାଜ ହେଲେଣି l

nis-ad
Leave A Reply

Your email address will not be published.