ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ ଯବାନ

ମାଲକାନଗିରି : ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲାର ବାରସୁରର ସିଆରପିଏଫ କ୍ୟାମ୍ପ ର 195ବାହିନୀରେ ପଦସ୍ଥ ଯବାନ ଗୁମିନ ଦାସ ସେ ନିଜ ଘର ଆସାମକୁ ଛୁଟିରେ ଯାଇ ଶନିବାର ଦିନ ନିଜ କ୍ୟାମ୍ପରେ ପହଞ୍ଚିଥିଲେ କିନ୍ତୁ କ୍ୟାମ୍ପରେ ହିଁ ଶନିବାର ବିଳମ୍ବିତ ରାତିରେ ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳିକରି ଥିଲେ | ଗୁଳି ଫୁଟିବା ପରେ ଆଖପାଖରେ ଥିବା ସାଥି ଯବାନ ଜାଣିବାକୁ ପାଇଲେ ଏହା କୌଣସି ନକ୍ସଲ ଆକ୍ରମଣ ନୁହେଁ ତାଙ୍କ ସାଥି ଯବାନ ନିଜକୁ ଗୁଳି କରିଛି | ପରେ ତୁରନ୍ତ ସାଥି ଯବାନମାନେ ଗୁମିନ ଦାସଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ସେଠାରୁ ଡାକ୍ତର ରାୟପୁର ରେଫର କରିଥିଲେ ରାୟପୁର ପହଞ୍ଚିବା ଆଗରୁ ଅଧା ରାସ୍ତାରେ ହିଁ ପ୍ରାଣ ହାରିଥିଲେ ଗୁମିନ ଦାସ l ଯବାନ ଜଣଙ୍କ କେଉଁ କାରଣରୁ ଏଭଳି ନିଷ୍ପତି ନେଲେ ତାହା ଜଣାପଡ଼ିନଥିବା ବେଳେ ସିଆରପିଏଫର ବଡ଼ ଅଧିକାରୀମାନେ ବାରସୁର ସିଆରପିଏଫ 195 କ୍ୟାମ୍ପରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି l

nis-ad
Leave A Reply

Your email address will not be published.