ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କାର ୫୦୦ଟଙ୍କିଆ ନୋଟ୍‌ ବୃଷ୍ଟି କଲେ ପୂର୍ବତନ ଗୁଜରାଟୀ ସରପଞ୍ଚ

ମହେସାଣା: ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ଗୋଟାଏ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ଗାଆଁ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ ସେବାଦା ଆଗୋଲ୍‌ ଗାଁର ପୂର୍ବତନ ସରପଞ୍ଚ ତାଙ୍କ ପୁତୁରା ବାହାଘର ଅବସରରେ ଘରର ଛାତ ଉପରକୁ ଯାଇ ତଳେ ସମବେତ ହୋଇଥିବା ଅତିଥି-ଅଭ୍ୟାଗତ ଓ ବରଯାତ୍ରୀଙ୍କ ଉପରେ ୫୦୦ ଟଙ୍କିଆ ନୋଟ୍‌ ଅଜାଡ଼ି ପକାଇଥିଲେ।

ଉକ୍ତ ପୂର୍ବତନ ସରପଞ୍ଚ ହେଉଛନ୍ତି କରିମ୍‌ଭାଇ ଦାଦୁଭାଇ ଯାଦବ। ତାଙ୍କ ଭାଇ ରସୁଲ୍‌ଙ୍କ ପୁଅ ରଜାକ୍‌ଙ୍କ ବାହାଘର ଶୋଭାଯାତ୍ରା ବାହାରିବା ବେଳେ କରିମ୍‌ ଓ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଛାତ ଓ ବାଲ୍‌କୋନିକୁ ଯାଇ ବିବାହ ଅନୁଷ୍ଠାନ ଦେଖୁଥିବା ଲୋକଙ୍କ ଉପରକୁ ୧୦ଟଙ୍କିଆରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ ନୋଟ୍‌ ପକାଇଥିଲେ।

ସେତେବେଳେ ବିବାହ ଉତ୍ସବକୁ ଆହୁରି ସରଗରମ କରୁଥିଲା ୨୦୦୮ ବଲିଉଡ୍‌ ଚଳଚ୍ଚିତ୍ର ‘ଯୋଦ୍ଧା ଆକବର୍‌’ର ଜନପ୍ରିୟ ଗୀତ ‘ଅଜୀମୁ ଶାନ୍‌ ଶାହେନ୍‌ଶାହ୍‌’।

ସେ ଅଞ୍ଚଳର ଲୋକେ କହନ୍ତି, ରଜାକ୍‌ ତାଙ୍କ ପରିବାରର ଏକମାତ୍ର ପୁତ୍ର ହୋଇଥିବାରୁ ତା’ର ବାହାଘର ଭିନ୍ନ ଢଙ୍ଗରେ କରିବା ଲାଗି ସେମାନେ ଚିନ୍ତା କରୁଥିଲେ। ସେତିକି ବେଳେ କେହି ଜଣେ ପ୍ରସ୍ତାବ ଦେଲେ କି, ଚାଲନ୍ତୁ, କିଛି ଟଙ୍କା ଉଡ଼ାଇବା। ଶେଷରେ ସେମାନେ ତାହାହିଁ କଲେ ଏବଂ ଉପସ୍ଥିତ ଜନତା ମଧ୍ୟ ଆତୁର ହୋଇ ଟଙ୍କା ଗୋଟାଇଥିଲେ।ଘଟଣାଟି ଗତ ୩ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି।

nis-ad
Leave A Reply

Your email address will not be published.