ସିରିଆ ଉପରେ ମିସାଇଲ ଆକ୍ରମଣ କଲା ଇସ୍ରାଏଲ, ୧୫ ମୃତ…

ଭୂମିକମ୍ପ ବିନାଶରୁ ଏଯାଏଁ ବାହାରି ପାରିନଥିବା ସିରିଆ ଉପରେ ମିସାଇଲ ଆକ୍ରମଣ କରିଛି ଇସ୍ରାଏଲ୍‌ । ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସିରିଆର ରାଜଧାନୀ ଦମିସ୍କ ଉପରେ ମିସାଇଲ ମାଡ଼ କରିଛି। ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି। ତେବେ ୨୦୧୧ରୁ ସିରିଆରେ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ୍‌ ନିଜ ପଡୋଶୀ ଶତାଧିକ ମିସାଇଲ ମାଡ଼ କରିଛି । ମୁଖ୍ୟ ଭାବେ ସିରିଆ ସେନା, ଇନରାନୀ ସେବା ଏବଂ ଲେବନାନର ହିଜବୁଲାହ, ସିରିଆ ଶାସନରେ ସହଯୋଗୀ କରୁଥିବା ଠିକଣାକୁ ଲକ୍ଷ୍ୟ କରି ଆକ୍ରମଣ କରୁଛି ।

ସୂଚନା ମୁତାବକ, ଇସ୍ରାଏଲର ବାୟୁସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ବାୟୁସେନା ଲଢ଼ୁଆ ବିମାନ ଏକ କ୍ଷେପଣାସ୍ତ୍ର ମାଡ଼ କରିଥିଲା,ଏଥିରେ ଦିମସ୍କରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଆକ୍ରମଣ ଯୋଗୁଁ ଯେଉଁଠାରେ ଲୋକମାନେ ମୃତ୍ୟୁବରଣ କରିଥିଲେ, ସେଠାକାର ଆଖପାଖର ଅନେକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୧୦ ମହଲା ବିଲିଡିଂ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ଫେବୃଆରୀ ୬ ରେ ତୁର୍କୀ ଏବଂ ସିରିଆରେ ୭.୮ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ହେବାର ଦୁଇ ସପ୍ତାହ ପରେ ସିରିଆ ଉପରେ ଏହି ଆକ୍ରମଣ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ସିରିଆ ଉପରେ ଆଉ ଏକ ଆକ୍ରମଣ ହୋଇଥିଲା। ଏଥିରେ ୫୩ ଲୋକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୪୬ ଜଣ ସାଧାରଣ ନାଗରିକ ଓ ୭ ଜଣ ସେନା ଯବାନ ଥିଲେ। ଏହି ଆକ୍ରମଣ ପାଇଁ ଆଇଏସ୍ଆଇଏସ୍ ନିଜକୁ ଦାୟୀ କରିଥିଲା।

ସିରିଆରେ ୫ ହଜାର ଅଧିକ ମୃତ୍ୟୁସଂଖ୍ୟା । ଭୂମିକମ୍ପର ହେବାର ୨୦୦ ଘଣ୍ଟାରୁ ଅଧିକ ସମୟ ହେବା ପରେ ମଧ୍ୟ ମାଟିତଳୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଭୂମିକମ୍ପ ହୋଇଥିବା ୧୦ଟି ପ୍ରାନ୍ତରୁ ପାଖାପାଖି ୧.୩୫ କୋଟି ଲୋକ ବାସହରା ହୋଇଛନ୍ତି । ତୁର୍କୀରେ ମୃତ୍ୟୁ ସଂଖ୍ୟ ୩୨ ହଜାର ଟପିଥିବା ବେଳେ ସିରିଆରେ ୬ ହଜାର ଟପିଛି ।

nis-ad
Leave A Reply

Your email address will not be published.