ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲିବ: ଜୟନାରାୟଣ ମିଶ୍ର…

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ। ଘଟଣା ପଛରେ ଅନେକ ରହସ୍ୟ ରହିଛି। ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି। ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରାଯାଇଛି। ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି। ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି, ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ। ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ।

ବାସଭବନ ଆଗରେ ବିକ୍ଷୋଭକୁ ନେଇ ବିରୋଧୀ ଦଳ ନେତା କହିଛନ୍ତି, ଗତକାଲି କିନ୍ନରମାନେ ବିକ୍ଷୋଭ କରିବା ପାଇଁ ଆସିଥିଲେ, ମିଠା ଖାଇ ମୋତେ ଆର୍ଶୀବାଦ କରି ଯାଇଛନ୍ତି। ସେହିପରି ଆଜି ଯେଉଁ ବିକ୍ଷୋଭ ହେଇଛି, ସେମାନେ ଗତକାଲି ମୋ ଘରକୁ ଆସି କହିଥିଲେ ଯେ ଆମକୁ ଉପରୁ ନିର୍ଦ୍ଦେଶ ଅଛି ବିକ୍ଷୋଭ କରିବା ପାଇଁ। ଆମେ ଆପଣଙ୍କ ଘର ଆଗରେ ଟିକିଏ ବିକ୍ଷୋଭ କରିବୁ। ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ଏସବୁ ପ୍ରାୟୋଜିତ ଭାବେ କରାଉଛନ୍ତି।
ଜୟ ନାରାୟଣଙ୍କ କଥାର ବିଜେଡି ଜବାବ ରଖିଛି। ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ରାଜନୀତିରେ ଶାଳୀନତା ରହିବା ଦରକାର। ବିଧାନସଭାରେ ବିରୋଧୀ ଯାହା ଉଠେଇବେ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ଓଡ଼ିଶା ବିଧାନସଭା ଅତୀତରେ ଯେଉଁ ଯେଉଁ ଘଟଣା ଘଟିଛି ସେ ସବୁ ପ୍ରସଙ୍ଗକୁ ବିଜୁ ଜନତାର ସରକାର ସାମ୍ନା କରିଛି। ଏବେ ବି ବିଧାନସଭାରେ ସାମ୍ନା କରିବୁ।

nis-ad
Leave A Reply

Your email address will not be published.