ଯୋଗୀଙ୍କ ବାସଭବନ ନିକଟରେ ବୋମା ଗୁଜବ…!

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ନିକଟରେ ବୋମା ଗୁଜବ ଉଠିବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଖବର ପାଇଁ ପୁଲିସ ଟିମ ଓ ବୋମା ନିଷ୍କ୍ରୟକାରୀ ଟିମ ପହଞ୍ଚିବା ପରେ ଆଖପାଖରେ ବୋମାକୁ ଖୋଜା ଯାଇଥିଲା, କିନ୍ତୁ ବୋମା ମିଳିନଥିଲା । ଫଳରେ ବୋମା ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା । ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।
ଉତ୍ତରପ୍ରଦେଶ ପୁଲିସ ଏକ ବିବୃତି ଜାରି କରି କହିଛି ଯେ ଏହି ସୂଚନା କେବଳ ଏକ ଗୁଜବ, କୌଣସି ବୋମା ମିଳିନାହିଁ। ସୂଚନାଦାତାଙ୍କୁ ଧରିବା ପାଇଁ ଟିମ୍ ଚେଷ୍ଟା କରୁଛି ବୋଲି ପୁଲିସ କହିଛି । ବୋମା ମିଳିବା ମାତ୍ରେ ତୁରନ୍ତ ଅଧିକାରୀମାନେ ତତ୍ପର ହୋଇଉଠିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବାସଭବନ ବ୍ୟତୀତ ଆଖପାଖ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

ତେବେ ଏହି ତାଲାସୀ ଚାଲିଥିବାବେଳେ ଯୋଗୀ ଲକ୍ଷ୍ନୌରେ ନଥିଲେ । ସେ ବାନ୍ଦା ଜିଲ୍ଲାରେ ଉପସ୍ଥିତ ଥିଲେ। ବଣ୍ଡାରେ କାଲିଞ୍ଜର ମହୋତ୍ସବକୁ ସେ ଉଦ୍ ଘାଟନ କରିଥିଲେ। ଏହି ଅବସରରେ ସେ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଏପରି ହେଉଛି ଯେତେବେଳେ ୧୦ ଦିନ ମଧ୍ୟରେ କୃଷକମାନଙ୍କୁ ଆଖୁ ପୈଠ କରାଯାଉଛି ।

nis-ad
Leave A Reply

Your email address will not be published.