ଦୁର୍ବୁତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର…

ଯାଜପୁର: ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳରେ ଥିବା ମା କାମୁଡ଼େଇ ପୀଠର ମୁଖ୍ୟ ଫାଟକ ସମ୍ମୁଖରେ କେତେକ ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି । ସୂଚନା ଅନୁଯାୟୀ କେଉଁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଇଁକୁଳ ଗ୍ରାମର ସନାତନ ଚକ୍ରଙ୍କ ପୁଅ ଅରୁଣ କୁମାର ଚକ୍ର ( ନୁଠୁ ) କୌଣସି ଏକ କାମରେ ରଗଡ଼ି ଆସିଥିଲା । ସେ କଡ଼ମା ରାସ୍ତା ବାଟେ ଘରକୁ ଫେରୁଥିବା ସମୟରେ ମା କାମୁଡ଼େଇ ପୀଠ ଫାଟକ ସମ୍ମୁଖରେ ହଠାତ ୪ ରୁ ୫ ଜଣ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ବୁତ୍ତ ମାନେ ଆଣିଥିବା ଷ୍ଟିଲ୍ ରଡ଼ ସାହାଯ୍ୟରେ ଅରୁଣର ମୁଣ୍ଡ,ପିଠି, ଗୋଡ଼ ଓ ହାତକୁ ନିର୍ଘାତ ପିଟିଥିଲେ ।

ଯାହା ଫଳରେ ଅରୁଣର ମୁଣ୍ଡ ଓ ଶରୀରରେ ଆଘାତ ହୋଇ ପ୍ରବଳ ରକ୍ତସ୍ରାବ ହୋଇ ସେ ଅଚେତ ହୋଇପଡ଼ିଥିଲା । ସ୍ଥାନୀୟ ଲୋକେ ଆସିବାରୁ ଦୁର୍ବୁତ୍ତ ମାନେ ବାଇକ ଯୋଗେ ଫେରାର୍ ହୋଇଯାଇଥିଲେ । ଉପସ୍ଥିତ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଅରୁଣକୁ ଯାଜପୁର ମେଡିକାଲ ପଠେଇବା ସହିତ କୋରେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଦେହରେ ୨ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଏସ୍ଆଇ ବିଶ୍ୱଜିତ୍ ବିଶ୍ୱାଳ ସୂଚନା ଦେଇଛନ୍ତି । ଅରୁଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଅରୁଣର ସାଇଁକୁଳ ଛକରେ ଏକ ଭେରାଇଟ୍ ଦୋକାନ ସହିତ ଏକ ପରିବା ଦୋକାନ ରହିଛି । ଆକ୍ରମଣର ଘଟଣା ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ ନେଇ ଏହା ଘଟିଥିବାର ଆଲୋଚନା ହେଉଛି ।

nis-ad
Leave A Reply

Your email address will not be published.