ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ଜାମ ନିୟନ୍ତ୍ରଣ ନିମନ୍ତେ ଚିତ୍ରକୋଣ୍ଡା ତହସିଲ ତରଫରୁ କଟକଣା ଜାରି…


ଚିତ୍ରକୋଣ୍ଡା:(୧୪/୦୨/୨୦୨୩) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ପକ୍ଷରୁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ରେ ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ଜାମ ନିୟନ୍ତ୍ରଣ ନିମନ୍ତେ କଟକଣା ଜାରି କରାଯାଇଛି l ମିଳିଥିବା ସୂଚନା ଅନୁଯାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗଲକାଲିଠାରୁ ଆଜି ବୈଠକରେ ଯୋଗ ଦେବା ପାଇଁ ଚିତ୍ରକୋଣ୍ଡା ଦୈନିକ ମାର୍କେଟ ଏବଂ ମୁଖ୍ୟ ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଦୋକାନୀ ଏବଂ ଘର ମାଲିକ ମାନଙ୍କୁ ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଡକାଯାଇଥିଲା l ଆଜି ଦିବା ୧୧ ଘଟିକାରେ ପୂର୍ବ ସୂଚନା ମୁତାବକ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ବୈଠକ ବସି ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା କୁ ପ୍ରଶସ୍ତ ଏବଂ ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବାକୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ଥିବା ଦୋକାନୀ ମାଲିକ ଏବଂ ଘର ମାଲିକ ମାନଙ୍କୁ ନିଜ ଦୋକାନ ଆଗରେ ବାଇକ ଜାମ କରିବା ଦୋକାନ ସମାନ ରାସ୍ତା ଉପରେ ରଖିଥିବା ମାଲିକ ଙ୍କୁ ପରାମର୍ଶ ସହ ସତର୍କ କରାଇଥିଲେ ଯେ ମୁଖ୍ୟ ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବାକୁ ନିଜ ଦୋକାନ ଆଗରେ ରଖିଥିବା ସାମାନ କୁ ହଟାଇବା ଏବଂ ଦୋକାନ ଆଗରେ ବାଇକ କି ଗାଡ଼ି ପାର୍କିଙ୍ଗ କରି ରଖିବା ନାହିଁ ବୋଲି ଉପସ୍ଥିତ ଥିବା ଦୋକାନୀ ଏବଂ ଘର ମାଲିକ ମାନଙ୍କୁ ଜଣାଇjବା ସହ ଚିତ୍ରକୋଣ୍ଡା ତହସିଲ ର ଏକ ସ୍ୱତନ୍ତ୍ର ଟିମ ତହସିଲଦାର ଟି. ପଦ୍ମନାଭ ଦୋରା ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଢ଼େପସାହି ପଞ୍ଜାବୀଛକ ଠାରୁ ତହସିଲ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ନିମନ୍ତେ ଦୁଇ ପାଶ୍ୱକୁ ଚି଼ହ୍ନଟି କରଣ କରାଯାଇଥିଲା ଦୁଇ ଦିନ ମଧ୍ୟରେ ଆଗକୁ ବଢିଥିବା ଦୋକାନ ଗୁଡ଼ିକୁ ନିଜେ ନିଜେ କାଢ଼ି ଘୁଞ୍ଚାଇବାକୁ ପରାମର୍ଶ ସହ ନିର୍ଦେଶ ଦେଇଥିଲେ ନିଜେ ନ ଘୁଞ୍ଚାଇ ବାଧ୍ୟ ହୋଇ ଆଇନ ଅନୁଯାଇ ଭଂଗାଯିବ ବୋଲି କହିଥିଲେ l ହଠାତ ଏଭଳି ନିଷ୍ପତ୍ତି କୁ ନେଇ  ଚିତ୍ରକୋଣ୍ଡା ଦୋକାନୀ ଏବଂ ଘର ମାଲିକ ନାପସନ୍ଦ କରିବା ସହ  ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଦେଖିବାକୁ ମିଳିଛି  l

nis-ad
Leave A Reply

Your email address will not be published.