ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ- ୨୦୧୯ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ସିନେମା ଜଗତ ସହ ଜଡିତ ପରଲୋକଗତ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଚଳଚିତ୍ର ପୁରସ୍କାର ବିତରଣ ସଭାକୁ ଅଶ୍ୱିନୀ ପାତ୍ର, ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଉଦଘାଟନ କରିଥିଲେ ।
ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ବିଜ୍ଞାନ ଓ ବୈଷୟିକ ଅଶୋକ ପଣ୍ଡା, ସାଧାରଣ ଉଦଯୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଉପସ୍ଥିତ ଥିଲେ । ଶ୍ରେଷ୍ଠ ଚଳଚିତ୍ର ପାଇଁ ‘କାଲିର ଅତୀତ’ ପିଲ୍ମ ନୀଳମାଧବ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ଫିଲ୍ମ ର୍ନିମାତା ଏବଂ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଜାତୀୟ ଚଳଚିତ୍ର ଉତ୍ସବରେ ସମ୍ମାନିତ ହୋଇଥିବା ‘କାଲି ପାଇଁ କାଲି’ ପୁସ୍ତକ ପାଇଁ ସୂର୍ଯ୍ୟ ଦେବଙ୍କୁ ପୁରସ୍କୃତ କରାଯାଇଛି ।
ଆଜି ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ । ସେଥିପାଇଁ ତାଲିକା ପ୍ରକାଶ କରାଯାଇଛି । ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭୁବନେଶ୍ୱର ଉକ୍ରଳ ମଣ୍ଡପରେ ଦିଆଯାଉଥିବା ବେଳେ, ଏଥିପାଇଁ କୌଣସି ପୂର୍ବ ସୂଚନା ନଥିଲା । ପୂର୍ବରୁ ଚୂଡାନ୍ତ ହୋଇଥିବା ତାଲିକାକୁ ରଦ୍ଦ କରିଦେଇଥିଲେ ହାଇକୋର୍ଟ । କପି ଫିଲ୍ମକୁ ପୁରସ୍କାର ପାଇଁ ବିଚାର କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ । ମାସେ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କଡା ତାଗିଦ କରିଥିଲେ ହାଇକୋର୍ଟ ।