ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା : ୟେଚୁରୀ

ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ଲୋକେ ନିରାଶ ହୋଇ ଭୋଟ ବଳରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଚାହୁଁଥିବା ଗୈରିକ ଦଳ ଅନୁଭବ କରିଛି। ସେଥିପାଇଁ ଏହି ଦଳ ଭିନ୍ନ କୌଶଳ ଆପଣାଇ ଆସୁଛି। ଭାଜପା, କେନ୍ଦ୍ର ଏବଂ ରାଜ୍ୟ ସରକାର ପୋଲିସ ଓ ଅନ୍ୟ ଅଧିକାରୀମାନଙ୍କ ସହ ମିଶି ନିର୍ବାଚନ ଜିତିବା ପାଇଁ ଗମ୍ଭୀର ଷଡ଼ଯନ୍ତ୍ର ରଚନା କରିଛି।

ନିର୍ବାଚନର ୩ ଦିନ ପୂର୍ବରୁ ରାଜ୍ୟରେ ଗୁରୁତର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ୟେଚୁରୀ କହିଛନ୍ତି। ନିର୍ବାଚନରେ କିଏ ଜିତିବ କିମ୍ବା ହାରିବ, ତାହା ପ୍ରଶ୍ନ ନୁହେଁ, ବଡ଼ କଥା ହେଉଛି ଗଣତନ୍ତ୍ର ଓ ଆଇନର ଶାସନ ବଜାୟ ରହିବା। ତ୍ରିପୁରାରେ ଭାଜପା ସରକାର ଗଢ଼ିବା ପରେ ଆତଙ୍କବାଦ ଓ ଦୁର୍ନୀତିର ଚେର ବହୁ ଗଭୀରକୁ ଚାଲିଯାଇଛି ବୋଲି ୟେଚୁରୀ କହିଥିଲେ। ବିରୋଧୀଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଭାଜପା ଏବଂ ତା’ର ଗୁଣ୍ଡାମାନେ ଧମକ ଦେବା ଓ ଭୟଭୀତ କରାଇବା ଆରମ୍ଭ କରିଦେଲେଣି। ତେଣୁ ଭୋଟରମାନଙ୍କୁ ଘରୁ ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଦେବାକୁ ସିପିଆଇ(ଏମ୍‌) ନେତା ଦାବି କରିଛନ୍ତି। ଏନେଇ ସିପିଆଇ(ଏମ୍‌) ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କ ଭେଟି ତ୍ରିପୁରା ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଭୋଟରମାନେ ଯେପରି ନିର୍ଭୟରେ ମତଦାନ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯାଇଥିବା ୟେଚୁରୀ କହିଥିଲେ, ଭାଜପା ପ୍ରଶାସନର ଦୁରୁପଯୋଗ କରିବା ସହ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ କରୁଛି। ଏହା ବନ୍ଦ ହେବା ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ତତ୍ତ୍ୱାବଧାନରେ ମତଦାନ କରାଇବାକୁ ସିପିଆଇଏମ୍‌ ନେତା ଦାବି କରିଛନ୍ତି।

nis-ad
Leave A Reply

Your email address will not be published.