ତ୍ରିପୁରାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି, ୧୬ ଫେବୃୟାରୀରେ ଭୋଟିଂ…

ନୂଆଦିଲ୍ଲୀ,୧୧ ।୨: ପାଖେଇ ଆସିଲାଣି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଧାନମନ୍ତ୍ରୀ ୨ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହି ନିର୍ବାଚନି ସଭା ତ୍ରିପୁରାର ଅଂବାସା ଓ ଗୌତମିରେ ହେବ । ରାଜ୍ୟରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଫେବୃୟାରୀ ୧୬ରେ ଭୋଟ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ନିର୍ବାଚନ ପ୍ରଭାରୀ ମହେଶ ଶର୍ମା ଓ ଦଳର ରାଜ୍ୟରେ ଥିବା ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ମହାରାଜା ବୀର ବିକ୍ରମ (ଏମବିବି) ଏୟାର ପୋର୍ଟରେ ମୋଦିଙ୍କୁ ସ୍ୱାଗତ କରିବେ । ସେ କହିଛନ୍ତି ମୋଦି ଧଲାଇ ଜିଲାର ଅଂବାସାରେ ଦିନ ୧୨ଟା ପାଖାପାଖି ପ୍ରଥମ ରାଲିକୁ ସମ୍ବାଧିତ କରିବେ । ଏହାପରେ ଦ୍ୱିତୀୟ ରାଲି ଗୋମତିରେ ଅପରାହ୍ନ ୩ଟାରେ ସମ୍ବୋଧିତ କରିବାର ସମ୍ଭାନା ରହିଛି ।

nis-ad
Leave A Reply

Your email address will not be published.