ଫୁଲବାଣୀ (୧୦ା୨): ଗତ ୭ ଦିନ ଧରି କୃଷ୍ଣଚେତନା ସଂଘ (ଇସ୍କନ) ଫୁଲବାଣୀ ପକ୍ଷରୁ ଫୁଲବାଣୀ ଠାରେ ଚାଲିଥିବା ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଏଥିରେ ଶ୍ରୀମଦ୍ ହଳଧର ସ୍ୱାମୀ ମହାରାଜ୍ ଯୋଗଦେଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭାଗବତ କଥା ଉପରେ ପ୍ରବଚନ ଦେଇଥିଲେ । ପ୍ରତ୍ୟେକ ଦିନ ସହ ସହ ସଂଖ୍ୟରେ ଭକ୍ତ ଓ ଦର୍ଶକ ଯେଗାଦେଇ ପ୍ରବଚନ ଶୁଣିବା ସହିତ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ କଳସ ଯାତ୍ରା , ଭଜନ କୀର୍ତ୍ତନ , ନଗର କୀର୍ତ୍ତନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଫୁଲବାଣୀ କୃଷ୍ଣଚେତନା ସଂଘର ଶୁଧାଂସୁ ସେନାପତି , ଚକ୍ରଧର ଦାସ , ସାତ୍ୱତପତୀ ଦାସ , ତରୁଣ ଗୋବିନ୍ଦ ଦାସ , ଅବଧ୍ୱନ ନିତ୍ୟାନନ୍ଦ ଦାସ , ଧୃବନନ୍ଦ ଦାସ , କୃଷ୍ଣ ସେବକ ଦାସ , ଅତୁଲ୍ୟ କ୍ରୀଷ୍ଣା ଦାସ , ସଚୀତନ୍ୟ ଦାସ , ଭୀମରାଜ ନାୟକ ,ଶିବ ଶଙ୍କର ପାତ୍ର ଓ ବିକ୍ରମ କୁମାର ସେଠୀ ପ୍ରମୁଖ ବିଭିନ୍ନ ଦିନରେ ପ୍ରବଚନରେ ସାମିଲ୍ ହେବା ସହିତ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରବକ୍ତା ଶ୍ରୀ ଶ୍ରୀମଦ ହଳଧରସ୍ୱାମୀ ମହାରାଜଙ୍କ ପ୍ରବଚନରେ ଭକ୍ତମାନେ ସଂପୂର୍ଣ୍ଣଭାବେ ସ୍ତବ୍ଧ ହୋଇଥିବା ବେଳେ ତାଙ୍କର ପ୍ରବଚନରେ ଭକ୍ତମାନେ ମନମୁଗ୍ଧ ହୋଇ ଯାଇଥିବାର ଦେଖାଯାଇଛି ।
Sign in
Sign in
Recover your password.
A password will be e-mailed to you.