ପୁଣି କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ…

କୋରାପୁଟ: ପୁଣି କୋଟିଆରେ ପଶି ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା | ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା କରୁଛନ୍ତି । ସୂଚନା ଅନୁସାରେ କୋଟିଆ ପଂଚାୟତର ଧୂଳିପଦର ଗାଁରେ ଉପମୁଖ୍ୟମନ୍ତ୍ରୀ ପହଂଚି ଲୋକଙ୍କୁ ଜଗନ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ସହ ପ୍ରଦତ୍ତ ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି, ସ୍କୁଲ ଓ ଆମ୍ମା ବାଡି ଏବଂ ଜଙ୍ଗଲଜମି ପଟ୍ଟା ଭଳି ଯୋଜନାର ହିତାଧିକାରୀଙ୍କ ପାଖକୁ ଯାଇ ସେମାନଙ୍କର ଆଉ କ’ଣ ସମସ୍ୟା ରହିଛି ତାହାର ସମୀକ୍ଷା କରିଛନ୍ତି |

ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ରାଜ୍ୟ ସରକାର ସୀମାନ୍ତ ଗ୍ରାମବାସୀଙ୍କ ଉନ୍ନତି କ୍ଷେତ୍ରରେ ସବୁବେଳେ ଚେଷ୍ଟିତ ଏବଂ ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ଯାହାବି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚି ପାରିଛି ତାହା ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭବ ହୋଇପାରିଛି | ବର୍ତ୍ତମାନ ଅନେକ କିଛି ଯୋଜନା ପ୍ରସ୍ତୁତ କରାଯାଇଛି ତାହା ଆସନ୍ତା ଦିନରେ ସମସ୍ତ ସୀମାନ୍ତ ଗ୍ରାମବାସୀଙ୍କ ପାଖରେ ପହଞ୍ଚିବ ବୋଲି ଘୋଷଣା କରିଥିଲେ | ଉଲ୍ଲେଖ ଥାଉ କି ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆକୁ ଆସି ଲୋକଙ୍କୁ ଆନ୍ଧ୍ରର ଯୋଜନା ବାବଦରେ ବୁଝାଇଥିଲେ | ତେବେ ଆଜି ପୁଣି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଉପରୋକ୍ତ ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର କରିଥିବା ଯୋଜନାର ସମୀକ୍ଷା କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି | କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ଅନ୍ୟ ଅଧିକାରୀମାନେ ମଧ୍ୟ କୋଟିଆକୁ ଆସି ଏହା ଆନ୍ଧ୍ରପ୍ରଦେଶର ବୋଲି ଦାବି କରିଆସୁଛନ୍ତି |

nis-ad
Leave A Reply

Your email address will not be published.