ଆଶ୍ରୟ ନେବା ବାହାନାରେ ସୁନା ଲୁଟ ଘଟଣା : ଅଭିଯୁକ୍ତାକୁ ଦିନିକିଆ ରିମାଣ୍ଡରେ ଆଣିବ ପୁଲିସ …

ବ୍ରହ୍ମପୁର : ବ୍ରହ୍ମପୁର ଭବାନୀ ନଗର ୨ୟ ଲାଇନର ରିତା ପାଢ଼ୀଙ୍କ ଘରୁ ଚୋରି ହୋଇଥିବା ୫ ତୋଳା ସୁନା ଚୋରି ଘଟଣାରେ  ଗିରଫ ହୋଇ ଜେଲ୍ ଯାଇଥିବା  ଲାଞ୍ଜିପଲ୍ଲୀ ଅଞ୍ଚଳର ଅଭିଯୁକ୍ତା ସନ୍ଧ୍ୟାରାଣୀ ବାଡ଼ତ୍ୟାକୁ ଅଧିକ ପଚରା ଉଚରା ପାଇଁ ପୁଲିସ ଗୋଟିଏ ଦିନ ରିମାଣ୍ଡ ରେ  ନେବା ନିମନ୍ତେ ଗତ ଦୁଇ ଦିନ ପୂର୍ବେ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ  ରିମାଣ୍ଡ ଆବେଦନ କରିଥିଲେ । କୋର୍ଟ ଏହାର ଣୁଣାଣି କରି ଏକ ଦିନ ନିମନ୍ତେ ରିମାଣ୍ଡ ମଞ୍ଜୁରି କରିଛନ୍ତି । ଆଜି ପୁଲିସ ଅଭିଯୁକ୍ତା ସନ୍ଧ୍ୟାରାଣୀ ବାଡ଼ତ୍ୟାଙ୍କୁ ରିମାଣ୍ଡ ନେବ ବୋଲି ଜଣାପଡ଼ିଛି । ଏହି ଚୋରି ମାମଲାରେ ପୁଲିସ ପୂର୍ବରୁ ତାଙ୍କ ଠାରୁ ୩୭ ଗ୍ରାମ ସୁନା ଗହଣା ଓ ନଗଦ ୩୦ ହଜାର ଟଙ୍କା ଉଦ୍ଧାର କରିଥିଲା । ତେବେ ରିମାଣ୍ଡ ସମୟରେ ବିଭିନ୍ନ ଦିଗକୁ ନେଇ ପୁଲିସ ତାଙ୍କୁ ପଚରା ଉଚରା କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟଯେ ରୀତା ପାଢ଼ୀ ଙ୍କ ଘର ଗଅଞ୍ଜୁ ପଞ୍ଚାୟତ ର  ମିଶ୍ରପଲ୍ଲୀ ଗ୍ରାମ ହୋଇଥିବା ବେଳେ ସେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭବାନୀ ନଗର ୨ୟ ଲାଇନରେ ରହୁଛନ୍ତି । ରୀତାଙ୍କ ସହ ପୂର୍ବରୁ ପିଣ୍ଟୁ ପାତ୍ର ନାମକ ଜଣେ ଯୁବକଙ୍କ ସହ ପରିଚିତ ଥିଲେ । ଗତ ୩୧ ତାରିଖରେ ତାଙ୍କ ବନ୍ଧୁ ପିଣ୍ଟୁ  ଅଭିଯୁକ୍ତା ସନ୍ଧ୍ୟାରାଣୀଙ୍କୁ ନେଇ କାମ ଖୋଜିବା ନିମନ୍ତେ ଆସିଥିଲେ । ରାତ୍ର ହୋଇଯିବା କାରଣ ରୁ ସନ୍ଧ୍ୟାରାଣୀଙ୍କୁ ପିଣ୍ଟୁ ରୀତାଙ୍କ ଘରେ ରହିବାକୁ କହିଥିଲେ । ଏହାପର ଦିନ ସକାଳୁ  ରୀତା ତାଙ୍କ ପୁଅଙ୍କୁ ସ୍କୁଲ ଛାଡିବାକୁ ଯିବା ସମୟରେ ଅଭିଯୁକ୍ତା ଜଣଙ୍କ ଏକା ଘରେ ରହିଥିଲେ । ଏହାର ସୁଯୋଗ ନେଇ ସେ ରୀତାଙ୍କ ଘରୁ ପ୍ରାୟ ୫ ତୋଳା ସୁନା ଗହଣା ଚୋରି କରି ନେଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତି କରି ବୈଦ୍ୟନାଥପୁର ପୋଲିସ ସାନ୍ଧ୍ୟରାଣୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l  ପୋଲିସ ରିମାଣ୍ଡ ରେ ଆଣିବା ପରେ ଆଉ କିଛି ତଥ୍ୟ ପଦାକୁ ଆସିପାରିବ ବୋଲି ପୋଲିସ ଆଶା ରଖିଛି 

nis-ad
Leave A Reply

Your email address will not be published.