ଆଖି ବୁଜିଲା ଚିକିତ୍ସାଧୀନ ହାତୀ: କିଛିଦିନ ଧରି ଥିଲା ଅସୁସ୍ଥ

ଭଞ୍ଜନଗର: ଚିକିତ୍ସାଧୀନ ଅବସ୍ଥାରେ ମାଈହାତୀ ମୃତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ହାତୀଟି କ୍ରିଆଝୋଳ ଗାଁକୁ ଲାଗିରହିଥିବା ଜଙ୍ଗଲରେ ଏକା ହୋଇ ବୁଲୁଥିଲା। ଗାଁ ଲୋକେ ଅସୁସ୍ଥ ହାତୀକୁ ଦେଖି ବନବିଭାଗକୁ ଖବର ଦେବା ପରେ ତା ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା।

ଏହାସହ ନନ୍ଦନକାନନରୁ ଡାକ୍ତର ଆସି ହାତୀଟିର ଚିକିତ୍ସା କରୁଥିଲେ। ତାକୁ ପ୍ରଥମେ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ଚିକିତ୍ସା କରାଯାଉଥିଲା। ତା ପାଟିରେ ସଂକ୍ରମଣ ଥିବାରୁ ସେ କିଛି ଖାଇ ପାରୁନଥିଲା। ଚିକିତ୍ସା ପରେ ହାତୀର ସଂଜ୍ଞା ଫେରିବା ପରେ ଜଙ୍ଗଲକୁ ପଳାଇ ଯାଇଥିଲା। ତେବେ ଆଜି ଭୋରରୁ ତାର ମୃତଦେହ ଲେଙ୍ଗେଡ଼ା ଜଙ୍ଗଲରୁ ଉଦ୍ଧାର ହୋଇଛି।

nis-ad
Leave A Reply

Your email address will not be published.