ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପାଇଁ ଗୁରୁବାର ଝାରସୁଗୁଡ଼ାରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ମୃତିସଭା । ଏଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବେ । ମନ୍ତ୍ରିମଣ୍ଡଳର ପ୍ରାୟ ସମସ୍ତ ସଦସ୍ୟ, ସାଂସଦଗଣ, ବିଧାୟକ ଓ ଦଳର ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ରହିବେ ।

ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସ୍ମୃତିସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା କଟକ ମେୟର ସୁବାସ ସିଂ । ସେ କହିଛନ୍ତି ଯେ କେବଳ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ସାଂସଦ ବା ବିଧାୟକମାନେ ନବବାବୁଙ୍କ ସ୍ମୃତିସଭାରେ ଯୋଗଦେଉନାହାନ୍ତି, ବିରୋଧୀ ବିଜେପି ଓ କଂଗ୍ରେସର ବହୁ ବରିଷ୍ଠନେତା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଝାରସୁଗୁଡ଼ା ସର୍ବାବହାଲ ହାଇସ୍କୁଲ ପ୍ରାଙ୍ଗଣରେ ବ୍ୟାପକ ଅୟୋଜନ କରାଯାଇଛି ।

nis-ad
Leave A Reply

Your email address will not be published.