ଅର୍ଚ୍ଚନା ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲା : ସହଯୋଗୀ ଅଭିଯୁକ୍ତ ଖଗେଶ୍ୱରର ଜାମିନ୍ ଖାରଜ

ଭୁବନେଶ୍ୱର: ହନିଟ୍ରାପ ବ୍ଲାକମେଲିଂ ସହ ମନିଲଣ୍ଡିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କ ପ୍ରମୁଖ ସହଯୋଗୀ ଖଗେଶ୍ୱର ପାତ୍ର ପାଇଁ ବଢିଛି ଅଡୁଆ । ଖଗେଶ୍ୱର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲେ । ହେଲେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ତେଣୁ ଖଗେଶ୍ୱର ଉପର କୋର୍ଟରେ ଜାମିନ ଆବେଦନ କରିବେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ବ୍ଲାକ୍‌ମେଲିଂ କୁଇନ୍ ଅର୍ଚ୍ଚନା ନାଗଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରୁଥିଲେ ଜଗବନ୍ଧୁ ।

ଏପରିକି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଶ୍ରଦ୍ଧାଞ୍ଜଳୀଙ୍କ ଏତଲାରେ ଖଗେଶ୍ୱରଙ୍କ ନାମ ରହିଥିଲା । ହେଲେ ଇଡି ମନିଲଣ୍ଡିଂ ମାମଲାର ତଦନ୍ତ କରିବା ପରେ ଖଗେଶ୍ୱରର ଲିଙ୍କ୍ ପଦାକୁ ଆସିଥିଲା । ଅର୍ଚ୍ଚନା ବ୍ଲାକ୍‌ମେଲିଂ କରି ଆଣୁଥିବା ଟଙ୍କା ଖଗେଶ୍ୱର ଆକାଉଣ୍ଟକୁ ଯାଉଥିଲେ । ସେଠାରୁ ଏହି ଟଙ୍କା ଅର୍ଚ୍ଚନା ଏବଂ ଜଗବନ୍ଧୁ ଚାନ୍ଦଙ୍କ ଆକାଉଣ୍ଟକୁ ଆସୁଥିଲା । ଏପରିକି ନାଗ ଦମ୍ପତ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ଖଗେଶ୍ୱର ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବା ଇଡି ତଦନ୍ତରୁ ଜଣାପଡିବା ପରେ ଖଗେଶ୍ୱରଙ୍କୁ ଗିରଫ କରାଯାଇଥିଲା ।

nis-ad
Leave A Reply

Your email address will not be published.