ଆପଣଙ୍କ ସବୁ ସମସ୍ୟାର ସମାଧାନ ବାହାର କରିବ ଗୀତା, ଗୁଗୁଲ୍ ତିଆରି କଲା ‘ଗୀତା-ଜିପିଟି’

ହାଇଦ୍ରାବାଦ : କୁହାଯାଏ ମାନବ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ଶ୍ରୀମଦ୍ ଭଗବତ୍ ଗୀତାରେ ରହିଛି । ଯୁଗ ଯୁଗ ଧରି ସନାତନ ଧର୍ମର ଏହି ଅମୂଲ୍ୟ ରତ୍ନ ମାନବକୁ ପଥ ଦେଖାଇଆସିଛି । ଆଜିର ବୈଜ୍ଞାନିକ ଯୁଗରେ ବି ମାନବ ସମସ୍ୟାର ସମାଧାନ ପାଇଁ ମଣିଷ ଗୀତାର ସହାୟତା ନେଉଛି ।
ଗୁଗୁଲ ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)କୁ ବ୍ୟବହାର କରି ଏକ ଚାଟବଟ୍ ବିକଶିତ କରିଛି । ଏହାର ନାଁ ରହିଛି ଗୀତା-ଜିପିଟି । ସମଗ୍ର ଭଗବତ୍ ଗୀତାର ଜ୍ଞାନକୁ ନେଇ ଏହି ଚାଟବଟ ବିକଶିତ ହୋଇଛି । ଏହାକୁ ବିକଶିତ କରିଛନ୍ତି ଗୁଗୁଲର ଇଂଜିନିୟର ସୁକୁରୁ ସାଇ ବିନିତ୍ ।
କୌଣସି ସମାଧାନ ପାଇଁ ଗୀତାର ମାର୍ଗଦର୍ଶନ ଆବଶ୍ୟକ ହେଲେ ଲୋକମାନେ ଏହି ଚାଟବଟକୁ ପ୍ରଶ୍ନ ପଚାରି ପାରିବେ । ପ୍ରଶ୍ନ ପାଇବା ପରେ ଚାଟବଟ୍ ଭଗବତ ଗୀତାର ଶ୍ଲୋକମାନଙ୍କ ଅଧ୍ୟୟନ କରି ତା ମଧ୍ୟରୁ ସମସ୍ୟାର ସମାଧାନ ପ୍ରଦାନ କରିବ । ଏହା ସହିତ ସେହି ସମସ୍ୟାର ସମାଧାନ ଗୀତାର କେଉଁ ଶ୍ଲୋକରେ ରହିଛି ତାହା ମଧ୍ୟ ଦର୍ଶାଇଦେବ ।
ଉଦାହରଣସ୍ବରୂପ, ଜଣେ ଯଦି କିପରି ଶାନ୍ତି ପାଇପାରିବେ ସେ ସମ୍ପର୍କରେ ପ୍ରଶ୍ନ ପଚାରନ୍ତି ତେବେ ଗୀତା-ଜିପିଟି ତତସଂପର୍କିତ ମୂଳ ଶ୍ଲୋକ ଓ ତାହାର ବ୍ୟାଖ୍ୟା ମଧ୍ୟରୁ ସମାଧାନଟି ଖୋଜିବ ଓ ତାହାକୁ କିପରି ଜୀବନରେ ପ୍ରୟୋଗ କରିହେବ ତାହା ଜଣାଇଦେବ ।

nis-ad
Leave A Reply

Your email address will not be published.