ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ…

ଭୁବନେଶ୍ୱର: ହସ ଓ ରାଗ ବାଣ୍ଟି ଆସୁଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ପିଣ୍ଟୁଙ୍କର ଲିଭର ନଷ୍ଟ ହୋଇଛି । ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଆଉ ଏହି କ୍ରମରେ ପିଣ୍ଟୁଙ୍କୁ ଆସନ୍ତକାଲି ଦିଲ୍ଲୀ ନିଆଯିବ ।

ଆସନ୍ତାକାଲି ସକାଳ ୭ଟାରେ ବିମାନ ଯୋଗେ ସେ ଦିଲ୍ଲୀ ଯିବେ । ସେଠାରେ ତାଙ୍କର ଚିକିତ୍ସା କରାଯିବ । ତାଙ୍କର ଚିକିତ୍ସା ପାଇଁ ଅନ୍ୟୂନ ୫୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର ଆକଳନ କରି କହିଛନ୍ତି । ହେଲେ ଏତେ ଅର୍ଥ ଯୋଗାଡ଼ କରିବା ପିଣ୍ଟୁଙ୍କ ପାଇଁ ଅସମ୍ଭବ । ତାଙ୍କୁ ଆର୍ôଥକ ସହାୟତା ଦେବା ପାଇଁ ସୋସିଆଲ ମିଡିଆରେ ଅନେକ କଳାକାର ଓ ପିଣ୍ଟୁଙ୍କ ପ୍ରଶଂସକମାନେ ନିବେଦନ କରିଛନ୍ତି । ଏହା ଭିତରେ କିଛି ସହୃଦୟ ବ୍ୟକ୍ତି ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ତାଙ୍କୁ ସହଯୋଗର ହାତ ବଢ଼ାଇଲେଣି । ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ଓଡ଼ିଶା ସିନେ କଳାକାର ସଙ୍ଘର ସଦସ୍ୟମାନେ ମଧ୍ୟ ଏକାଠି ହେଇଛନ୍ତି ।

nis-ad
Leave A Reply

Your email address will not be published.