୧୯୭୧ ଯୁଦ୍ଧର ନରସଂହାର ପାଇଁ ପାକିସ୍ତାନ କ୍ଷମାମାଗୁ ବୋଲି କହିଲା ବାଂଲାଦେଶ; କଥା ଏଡ଼ାଇଲେ ହୀନା ରବ୍‌ବାନୀ…

କଲମ୍ବୋ: ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ବେଳେ ପ‌ାକିସ୍ତାନୀ ସେନା କରିଥିବା ନରସଂହାର ପାଇଁ ପାକିସ୍ତାନ ବାଂଲାଦେଶବାସୀଙ୍କୁ କ୍ଷମାଭିକ୍ଷା କରୁ ବୋଲି ପୁଣି ଥରେ ଦାବି କରାଯିବାରୁ ପାକିସ୍ତାନ ତାହାକୁ ଏଡ଼ାଇ ଦେଇଛି ବୋଲି ବଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଫେବ୍ରୁଆରି ୩ ଓ ୪ ତାରିଖ ଦିନ ଶ୍ରୀଲଙ୍କାର ୭୫ତମ ସାଧାରଣତନ୍ତ୍ର ଦିବସରେ ପାଳନ ଉତ୍ସବରେ ଯୋଗ ଦେବାକୁ ଉଭୟ ଦେଶର ମନ୍ତ୍ରୀ କଲମ୍ବୋ ଯାଇଥିଲେ।
ପାକିସ୍ତାନ ବାଂଲାଦେଶ ସହିତ କୂଟନୈତିକ ସମ୍ପର୍କ ବୃଦ୍ଧି କରିବା ଲାଗି ଆଗ୍ରହ ପ୍ରକାଶ କରୁ ଥିବାରୁ ଶନିବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାକିସ୍ତାନର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୀନା ରବ୍‌ବାନୀ ଖାର୍‌ଙ୍କ ନିକଟରେ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ୍‌ ମୋମେନ୍‌ ଏହି ଦାବି ଉପସ୍ଥାପନ କରିଥିଲେ।
କଲମ୍ବୋରୁ ଫେରିବା ପରେ ରାଜ୍ୟ ଅତିଥି ଭବନ ‘ପଦ୍ମା’ରେ ସାମ୍ବାଦିକମାନଙ୍କୁ ମୋମନେ୍‌ କହିଛନ୍ତି, ପାକିସ୍ତାନ ବାଂଲାଦେଶ ସହିତ କୂଟନୈତିକ ସମ୍ପର୍କ ବୃଦ୍ଧି କରିବା ପାଇଁ ଚାହୁଁଛି। ମୁଁ ତାଙ୍କୁ କହିଲି ଯେ, ପ୍ରଥମେ ଆପଣଙ୍କୁ ସର୍ବସଧାରଣଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବାକୁ ପଡ଼ିବ। ଆପଣ ଯଦି କ୍ଷମାପ୍ରାର୍ଥନା କରିବେ, ମୁଁ ଆପଣଙ୍କ ପକ୍ଷରୁ କୂଟନୈତିକ ପ୍ରସ୍ତାବ ଦେବି। ନଚେତ୍‌, ରାଜନୈତିକ କାରଣରୁ ତାହା କରିବା ସମ୍ଭବ ନୁହେଁ।
ଜବାବ ମାଗିବାରୁ ହୀନା ରବ୍‌ବାନୀ ପ୍ରତ୍ୟେକ୍ଷ ଉତ୍ତର ନ ଦେଇ କହିଲେ, ଏଥିପାଇଁ କିଛି ପ୍ରତିବନ୍ଧକ ରହିଛି। କିନ୍ତୁ, ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ବ୍ୟାବସାୟିକ ସମ୍ପର୍କ ବୃଦ୍ଧି ପାଇଁ ସେ ଖୁବ୍‌ ଆଗ୍ରହ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.