ତୁର୍କୀରେ ପୁଣି ଭୂମିକମ୍ପ, ୨୪ ଘଣ୍ଟାରେ ୩ୟ ଝଟକା,ମୃତ୍ୟୁସଂଖ୍ୟା ୧୮୦୦ ଟପିଲା

ଅଙ୍କାରା : ତୁର୍କୀରେ ପୁଣି ଭୂମିକମ୍ପ ଆସିଛି । ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ସୋମବାର ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା । ଇତି ମଧ୍ୟରେ ମୃତ୍ୟୁସଂଖ୍ୟା ୧୮୦୦ ଟପିଯାଇଛି ।
ଉଭୟ ତୁର୍କୀ ଓ ସିରିଆରେ ଏସବୁ ମୃତ୍ୟୁ ହୋଇଛି । ତେବେ ଏବେ ବି ଅନେକ ଲୋକ ଧ୍ବଂସସ୍ତୁପ ତଳେ ଫସି ରହିଥିବାରୁ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି । ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ । ଫଳରେ ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି ।
ତୁର୍କୀ ଓ ସିରିଆରେ ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଚାଲିଥିବାବେଳେ ଏହି ଭୂମିକମ୍ପ ଲୋକଙ୍କ ଦୂର୍ଦ୍ଦଶାକୁ ବଢାଇଦେଇଛି । ରାସ୍ତାଘାଟରେ ବରଫ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି ।
ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏଏଫଏଡି ଅନୁଯାୟୀ ଲେବାନନ୍, ସିରିଆ ଏବଂ ସାଇପ୍ରସରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଯଦିଓ ତୁର୍କୀ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ କିମ୍ବା ଆଘାତ ବିଷୟରେ ଜଣାଇ ନାହାଁନ୍ତି, ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଅନେକ ସହରରେ ନଷ୍ଟ ହୋଇଥିବା କୋଠାଦେଖାଯାଇଛି।

nis-ad
Leave A Reply

Your email address will not be published.