ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ…

ନୀଳଗିରି: ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣା ଠାରେ ଅଜଣା ଗାଡି ଧକ୍କାରେ ୩ଟି ଭାଲୁଙ୍କର ମୃତ୍ୟୁ ହୋଇଥିବା ସୂଚନା । ମାଆ ଭାଲୁ ସହ ୨ଟି ଛୁଆ ଭାଲୁଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ରବିବାର ଭୋର ସମୟରେ ୩ଟି ଭାଲୁ ରାସ୍ତା ପାର ହେଉଥିବା ସମୟରେ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣା ଠାରେ ଏକ ଅଜଣା ଗାଡି ଧକ୍କ୍‌ା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ଟି ଭାଲୁଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ନୀଳଗିରି ବନବିଭାଗ ପହଞ୍ଚି ଭାଲୁଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

nis-ad
Leave A Reply

Your email address will not be published.