ଓଏଏସ ସ୍ତରରେ ଅଦଳବଦଳ…

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ) ସ୍ତରରେ ବଦଳି କରିଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦିତ୍ୟ ବିପ୍ଲବ କେଶରୀ ପ୍ରଧାନଙ୍କୁ ଅର୍ଚ୍ଚନାଙ୍କ ସ୍ଥାନକୁ ବଦଳି କରାଯାଇଛି । ଭୁବନେଶ୍ୱର ଇଡ୍କୋ ଜମି ଅଧିକାରୀ ପ୍ରଜ୍ଞାଧାରା ମିଶ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ବାରିପଦା ଆଇଟିଡିଏ ପିଏ ବସନ୍ତ କୁମାର ସେଠୀ ବାରିପଦା ଏସଆଇପି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ବଦଳି ହୋଇଛନ୍ତି । ସେ ବାରିପଦା ସରକାରୀ ମେଡିକାଲ କଲେଜର ରେଜିଷ୍ଟ୍ରାର (ପ୍ରଶାସନିକ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ନବରଙ୍ଗପୁର ଡେପୁଟି କଲେକ୍ଟର ମୌସୁମୀ ନାଏକ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି । ରାମଚନ୍ଦ୍ର ସାରେନଙ୍କୁ ବାରିପଦା ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ପାର୍ଥସାରଥୀ ହାଁସଦାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ, ଶାନ୍ତିପ୍ରଭା ପ୍ରଧାନଙ୍କୁ ଗୁଣୁପୁର ଆଇଟିଡିଏ ପିଏ, ପ୍ରତିଭା ପୃଷ୍ଟିଙ୍କୁ ବୋର୍ଡ ଅଫ ରେଭିନ୍ୟୁରେ ଡେପୁଟି ସଚିବ ଓ ଦିଲ୍ଲୀପ କୁମାର ବେହରାଙ୍କୁ ରାୟଗଡ଼ା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

nis-ad
Leave A Reply

Your email address will not be published.