ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ମୋର ଧର୍ମ: ସୁନକ

ଲଣ୍ଡନ,୪ ।୨: ମୂଳ ଭାରତୀୟ ବାସିନ୍ଦା ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଗତ ବର୍ଷ ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୦ କାଉଣ୍ଟିଂ ଷ୍ଟ୍ରିଟରେ ଶୀର୍ଷ ପଦ ସମ୍ଭାଳିବା ପଛରେ ନିଜର ପ୍ରେରଣାକୁ ନିଜର ‘ଧର୍ମ’ ବୋଲି କହିଛନ୍ତି । ବ୍ରିଟେନର ପ୍ରଥମ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ୧୦୦ ଦିନ ପୂରଣ ହୋଇଛି । ଏହି ଅବସରରେ ସେ ତାଙ୍କର କାଉଣ୍ଟିଂ ଷ୍ଟ୍ରିଟ ହୋମରେ ‘ଟକ ଟିଭି’ର ହୋଷ୍ଟ ପିୟର୍ସ ମାର୍ଗନଙ୍କ ସହ ଏକ ସାକ୍ଷାତକାରରେ ଏହା କହିଛନ୍ତି । ତାଙ୍କ ପାଇଁ ପ୍ରଶ୍ନ ଥିଲା କି ଜୀବନ-ଯାପନର ଗମ୍ଭୀର ସଙ୍କଟ ଓ ତାଙ୍କ ପୂର୍ବବର୍ତ୍ତି ଲିଜ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ଭାବେ କେବଳ ୪୫ ଦିନର ସବୁଠାରୁ ଛୋଟ କାର୍ଯ୍ୟକାଳ ମଧ୍ୟରେ ସେ ଏଠାରେ ପହଞ୍ଚିବାକୁ କ’ଣ କରିଥିଲେ ।

ଏହାର ଜବାବରେ ସୁନକ କହିଥିଲେ ମୋ ପାଇଁ ମୋ କାମ କର୍ତ୍ତବ୍ୟ ପରି । ହିନ୍ଦୁ ଧର୍ମରେ ଏକ ଅବଧାରଣା ରହିଛି ଯାହାକୁ ଧର୍ମ କୁହାଯାଏ, ଯାହା ବହୁଳଭାବେ କର୍ତ୍ତବ୍ୟରେ ପରିବର୍ତ୍ତନ ହାଇଥାଏ ଓ ଏହାରି ହିସାବରେ ମୋର ପାଳନ-ପୋଷଣ ହୋଇଛି । ଏହା ସେହି କାମକୁ କରିଥାଏ, ଯାହା ଆପଣଙ୍କୁ ଅପେକ୍ଷା କରିଥାଏ ଓ ଠିକ୍ କାମ କରିବାକୁ ଚେଷ୍ଟା କରାଇଥାଏ ।

nis-ad
Leave A Reply

Your email address will not be published.