ବିଦ୍ରୋହ ହେବାକୁ ଯାଉଛି, ଏହା ପୂର୍ବରୁ ଉଦ୍ଧବଙ୍କୁ ଦିଆଯାଇଥିଲା ଚେତାବନୀ…

ମୁମ୍ବାଇ,୪ ।୨: ଗତବର୍ଷ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି(ଏମଭିଏ) ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ଏବେ ଏନସିପି ନେତା ତଥା ଏମଭିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ବଡ କଥା କହିଛନ୍ତି । ସେ କହିଛନ୍ତି ମୁଁ ବହୁ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଚେତାବନୀ ଦେଇଥିଲି କି ତାଙ୍କ ଦଳରେ ବିଦ୍ରୋହ ହେବାକୁ ଯାଉଛି, ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।

ଶୁକ୍ରବାର ଗଣମାଧ୍ୟମ ସହ କଥା ହୋଇ ଅଜିତ ପାୱାର କହିଛନ୍ତି, ଆମେ ଦୁଇ ତିନି ଥର ଉଦ୍ଧବ ଠାକରେଙ୍କୁ ତାଙ୍କ ଦଳ ମଧ୍ୟରେ ଉପୁଜିଥିବା ବିଦ୍ରୋହକୁ ନେଇ ସୂଚନା ଦେଇଥିଲୁ ଆଉ ଏହାକୁ ନେଇ କିଛି ବୈଠକ ବି ହୋଇଥିଲା, ହେଲେ ସେ କହିଥିଲେ ମୋର ମୋ ବିଧାୟକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି, ଆଉ ସେମାନେ ଏତେବଡ ପଦକ୍ଷେପ ଆଦୌ ନେବେ ନାହିଁ, ଏହାପରେ ସେ କୌଣଓି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।
ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ୧୫-୧୬ ବିଧାୟକ ପ୍ରଥମ ବ୍ୟାଚରେ (ଶିବସେନାର ଉଦ୍ଧବ ଗ୍ରୁପ) ଦଳ ଛାଡିବା ପରେ , ଦଳ ଭାଙ୍ଗିବାରୁ ବଞ୍ଚାଇବାକୁ ନିଜ ଦଳକୁ ସାଙ୍ଗରେ ରଖିବାର ଆବଶ୍ୟକତା ଥିଲା, ହେଲେ ତାଙ୍କ ତରଫରୁ ଏମିତି କୌଣସି ଚେଷ୍ଟା କରାଯାଇ ନ ଥିଲା । ହେଲେ ସେତେବେଳେ ଗଣମାଧ୍ୟମରେ ଖବର ଆସିଥିଲା କି ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱାଧିନତା ରହିଛି ।
ଅଜିତ ପାୱାର ଆହୁରି ମଧ୍ୟ କହିଛନ୍ତି, ଶିବସେନା ନେତା ତାଙ୍କ ଦଳର ସଦସ୍ୟଙ୍କ ଉପରେ ଆଖି ବନ୍ଦ କରି ଭରସା କରିଥିଲେ ଆଉ ସେମାନେ ଉଦ୍ଧବଙ୍କୁ ଧୋକା ଦେଇଦେଲେ । ମୁଁ ଏବେବି ବୁଝିପାରୁନି ଯେ ସେ ଏମିତି କଲେ କାହିଁକି ।
ସୂଚନାଯୋଗ୍ୟ, ଏମଭିଏ ସରକାର ସମୟରେ ଶିବସେନାରେ ନମ୍ବର ଦୁଇରେ ଥିବା ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ବିରୋଧରେ ଶିବସେନା ବିଧାୟକଙ୍କ ସହ ବିଦ୍ରୋହ କରିଥିଲେ । ଏକନାଥ ସିନ୍ଦେ କହିଥିଲେ, ଉଦ୍ଧବ ଠାକରେ ସରକାରରେ ରହିବାକୁ ବାଲା ସାହେବ ଠାକରେଙ୍କ ବିଚାରଧାରାରେ ସାଲିସ କରି ନେଇଛନ୍ତି, ସେଥିପାଇଁ ବାଧ୍ୟ ହୋଇ ତାଙ୍କୁ ବିଦ୍ରୋହ କରିବାକୁ ପଡିଲା ।
ସିନ୍ଦେଙ୍କ ସହ ଶିବସେନାର ୩୯ ବିଧାୟକ ଓ ୧୦ ନିର୍ଦ୍ଦଳୀୟ ବିଧାୟକ ଶିବସେନାରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ସରକାର ଗଠନ କରିଥିଲେ ।

nis-ad
Leave A Reply

Your email address will not be published.