ମା ରାମାୟାଣାମ୍ମା ଠାକୁରାଣୀ ମନ୍ଦିରର ସପ୍ତମ ବାର୍ଷିକ ପୁନଃ ପ୍ରତିଷ୍ଠା ଉତ୍ସବ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ମନ୍ଦିରର ସପ୍ତମ ବାର୍ଷିକ ପୁନଃ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ କର୍ତ୍ତା ତଥା ବର ପିତା ଭାବେ ଭି. ତ୍ରିନାଥ ରାଓ ଓ ତାଙ୍କ ସହଧର୍ମୀଣି ଭାବେ ଭି. ଲକ୍ଷ୍ମୀ ଏବଂ କନ୍ୟା ପିତା ଭାବେ ବି. ଶ୍ରୀନିବାସ ଏବଂ ତାଙ୍କ ସହଧର୍ମିଣୀ ବି. ଉଷା ଦାୟିତ୍ୱ ନିର୍ବାହ କରି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୮ ଟାରେ ଗଜାନନ ପୂଜା କରାଯାଇ ପରେ ଅଭିଶେକ, ଅଲଙ୍କାର, ହୋମ ଆଦି ପୂଜା ପଦ୍ଧତି କରାଯାଇଥିଲା । ମହିଳା ମାନଙ୍କ ଦ୍ୱାରା ଲଳିତା ଶ୍ରୀନାମ ସହ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା । ଜଟଣୀ ର ପୂରୋହିତ ଧନଞ୍ଜୟ ଆଚାରିଲୁ ସମସ୍ତ ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ସେବାୟତ ରମେଶ ଓ ବୁଲୁ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟିର ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ବେଳେ ପରିଚାଳନାରେ ମଧ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.