ପକନାଗାଁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ ମହୋତ୍ସବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ ସ୍ଥିତ ପକନାଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି।ଉତ୍ସବର ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଜରିଆରେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ଉତ୍ସବର ଆବାହକ ତଥା ପ୍ରଧାନ ଶିକ୍ଷକ ଗୋପିନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ l ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ତହସିଲ ଦାର ଦିନମଣି ନାୟକ, ଗଞ୍ଜୁଗୁଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆଲୋକ କହଁ ର,ସମିତିସଭ୍ୟ ପ୍ରଭାକର ପ୍ରଧାନ,ଫୁଲବାଣୀ ବ୍ଳକ ସମ୍ପ୍ରସାରାଣ ଅଧିକାରୀ ପ୍ରଣୟ କୁମାର ପରିଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲଛମନ ଦେହୁରୀ,ସମ୍ମାନିତ ଅତିଥି ରୂପେ ଯୋଗଦେଇ ତାଙ୍କର ମାର୍ଗଦର୍ଶକ ଛାତ୍ର ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l

ଏଥି ସହିତ ଗତଦିନ ଗୁଡ଼ିକରେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମଞ୍ଚରେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l ଏଥିରେ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା,ପୁରାତନ ଛାତ୍ରୀ, ଭଦ୍ରବ୍ୟକ୍ତି ମାନେ ଯୋଗ ଦେଇଥିଲେ l ବିଦ୍ୟାଳୟର ଶିକ୍ଷକ ରାକେଶ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟ କୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ସମ୍ପାଦନ କରିଥିଲେ l

nis-ad
Leave A Reply

Your email address will not be published.