MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା : ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ…

ବ୍ରହ୍ମପୁର : MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ସ୍କୁଟି-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର । ତେବେ ଏମାନେ ସ୍କୁଟିରେ ଘରକୁ ଯାଉଥିଲେ । ମୃତକମାନେ ହେଲେ କୁନୁ ମାଷ୍ଟର ଏବଂ ତାଙ୍କ ମାଆ । ମେଡିକାଲରୁ ଘରକୁ ଫେରୁଥିବା ବେଳେ ମେଡିକାଲ ସମ୍ମୁଖ ରାସ୍ତାରେ ଘଟିଥିଲା ଏହି ଦୁର୍ଘଟଣା ।
ସୂଚନା ଥାଉକି, ଦ୍ରୁତ ଗତିରେ ଆସୁଥିବା କାର୍‌ ସ୍କୁଟିକୁ ଧକା ଦେଇଥିଲା । ତେବେ ଦୁଘଟଣା କେତେ ଭୟଙ୍କର ଥିଲା ତାହା ଅନୁମାନ କରାଯାଇପାରେ ଯାହାକି ରାସ୍ତାର ଡିଭାଇଡ଼ର ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ ଦୁର୍ଘଟଣା ଗାଡିକୁ ଜବତ କରିଛି

nis-ad
Leave A Reply

Your email address will not be published.